ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ସହର ଆଖପାଖ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ । ମଙ୍ଗଳବାର ରାତି ପ୍ରାୟ ସାଢେ ଆଠଟା ସମୟରେ ବାମନଘାଟି ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହିତ ଘଡଘଡି ବିଜୁଳି ବର୍ଷା ହୋଇଥିଲା । ଏଥିସହ ପ୍ରବଳ କୁଆପଥର ମାଡ ମଧ୍ୟ ହୋଇଥିଲା ।
ରାଇରଙ୍ଗପୁରରେ କାଳବୈଶାଖୀ ତାଣ୍ଡବ, କୁଆପଥର ମାଡରେ ପନିପରିବା ନଷ୍ଟ
ରାଇରଙ୍ଗପୁର ସହର ଓ ଆଖପାଖ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ । ପ୍ରବଳ କୁଆପଥର ମାଡରେ ପନିପରିବା ଫସଲ ନଷ୍ଟ ହେବା ସହ କିଛି ସ୍ଥାନରେ ଗଛ ଭାଙ୍ଗି ଯାଇଛି ।
ରାଇରଙ୍ଗପୁରରେ କାଳ ବୈଶାଖୀ ତାଣ୍ଡବ,କୂଆ ପଥର ମାଡରେ ଫସଲ ନଷ୍ଟ
ତେବେ କିଛି ସ୍ଥାନରେ ଗଛ ଭାଙ୍ଗିଥିବା ସହ ଅଧିକାଂଶ ସ୍ଥାନରେ କୂଆ ପଥର ମାଡ ଯୋଗୁଁ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି । ତେବେ ଉପଖଣ୍ଡରେ ବର୍ଷା ପରେ ବୁଧବାର ଖରା ହେବାରୁ କିଛି ପରିମାଣରେ ଆଶ୍ବସ୍ତି ମିଳିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ