ଓଡିଶା

odisha

ETV Bharat / state

ଯଶିପୁର ବନବିଭାଗ ଦ୍ବାରା ବାଘ ଚମଡା ଜବତ ଚାରି ଗିରଫ - ଯୋଶୀପୁର ପୋଲିସ

ମୟୂରଭଞ୍ଜ ଜିଲ୍ଲା ଯଶିପୁର ରେଞ୍ଜ ଟଙ୍ଗାବିଲା ନିକଟରେ ଏକ ବଡ ଧରଣର ରାକେଟ ଠାବ କରିବାରେ ସଫଳ ହୋଇଛି ଯଶିପୁର ବନବିଭାଗ । ବାଘ ଚମଡା ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି ଯଶୀପୁର ବନବିଭାଗ । ଅଧିକ ପଢନ୍ତୁ...

yashipur-forest-department-seize-tiger-skin-and-four-people-arrested
ଯଶୀପୁର ବନବିଭାଗ ଦ୍ବାରା ବାଘ ଚମଡା ଜବତ ଚାରି ଗିରଫ

By

Published : May 10, 2020, 4:36 PM IST

ରାଇରଙ୍ଗପୁର : ବାଘ ଚମଡା ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି ବନବିଭାଗ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ରେଞ୍ଜ ଟଙ୍ଗାବିଲା ନିକଟରେ ଏକ ବଡ ଧରଣର ରାକେଟ ଠାବ କରିବାରେ ସଫଳ ହୋଇଛି ଯଶିପୁର ବନବିଭାଗ।

ଯଶୀପୁର ବନବିଭାଗ ଦ୍ବାରା ବାଘ ଚମଡା ଜବତ ଚାରି ଗିରଫ

ସୂଚନାଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଯଶିପୁର ଡେପୁଟି ଡ଼ାଇରେକ୍ଟର କପିଳ ଦାସଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀ ଟଙ୍ଗାବିଲା ନିକଟରେ ବାଘ ଚମଡା ବିକ୍ରି କରିବା ପାଇଁ ବେପାରୀକୁ ଅପେକ୍ଷା କରିଥିବା ବେଳେ ଚଢ଼ାଉ କରିଥିଲେ। ଚଢ଼ାଉ କରି ଏକ ବାଘ ଚମଡା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲେ । ପଚରାଉଚରା ପରେ ଏହି କାରବାର ରେ ସଂପୃକ୍ତ ଥିବା ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ୪ ଜଣଙ୍କୁ ବନବିଭାଗ କର୍ମଚାରୀ ଅଧିକ ପଚରା ଉଚାରା ଜାରି ରଖିଛନ୍ତି । ପ୍ରାଥମିକ ତଦନ୍ତ ପରେ ତିନିଜଣ କରଞ୍ଜିଆ ଅଞ୍ଚଳର ସୁବାଷ ସାହୁ, କ୍ଷୀରୋଦ ମହାନ୍ତ ଏବଂ ରଣଜିତ ନାଏକ ବୋଲି ଜଣାପଡିବା ସହିତ ଚତୁର୍ଥ ବ୍ୟକ୍ତି ଜଣକ ଠାକୁରମୁଣ୍ଡା ଡାକ୍ତରଖାନାରେ ସୁଇପର ଭାବେ କାର୍ଯ୍ୟରତ ଗଣେଶ୍ବର ସିଂ ବୋଲି ଜଣାପଡିଛି ।

ସେପଟେ ଉଦ୍ଧାର ହୋଇଥିବା ବାଘ ଚମଡାକୁ ଦେଖିବା ପରେ ପ୍ରାୟ ଦୁଇ ବର୍ଷ ପୂର୍ବରୁ ବାଘଟିକୁ ହତ୍ୟା କରାଯାଇଥିବା ଅନୁମାନ କରୁଛି ବନ ବିଭାଗ। ତେବେ ବାଘଟିକୁ ଶିମିଳିପାଳ ଅଞ୍ଚଳ କିମ୍ବା ଅନ୍ୟ କେଉଁଠି ହତ୍ୟା କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନଥିଲେ ମଧ୍ୟ ବନବିଭାଗ ଅଧିକ ତଦନ୍ତ ଜାରି ରଖିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

ABOUT THE AUTHOR

...view details