ଓଡିଶା

odisha

ଥାନା ଭିତରୁ କ୍ଷତାକ୍ତ ନାଗ ସାପ ଉଦ୍ଧାର

By

Published : Oct 19, 2020, 5:57 PM IST

ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଭିତରୁ କ୍ଷତାକ୍ତ ଅବସ୍ଥାରେ ନାଗ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନର ସଦସ୍ୟ । ଅଧିକ ପଢନ୍ତୁ:

Snake rescue
ନାଗ ସାପ ଉଦ୍ଧାର

ବାରିପଦା: ଥାନା ଭିତରେ ନାଗ ସାପ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଭିତରୁ କ୍ଷତାକ୍ତ ଅବସ୍ଥାରେ ନାଗ ସାପ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନର ସଦସ୍ୟ କ୍ରିଷ୍ଣା ଗୋଚ୍ଛାୟାତ।

ନାଗ ସାପ ଉଦ୍ଧାର

ସୂଚନା ଅନୁସାରେ, ଥାନା ଭିତରେ ନାଗ ସାପକୁ ଦେଖି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ ଥାନା ଅଧିକାରୀ। ସ୍ନେକ ହେଲ୍ପ ଲାଇନର ସଦସ୍ୟ କ୍ରିଷ୍ଣା ଗୋଚ୍ଛାୟାତ ଓ ତାଙ୍କ ସ୍ତ୍ରୀ ସସ୍ମିତା ଗୋଚ୍ଛାୟାତ ଥାନାରେ ପହଞ୍ଚି ନାଗ ସାପକୁ ଉଦ୍ଧାର କରିଥିଲେ।

ତେବେ ଉଦ୍ଧାର ନାଗ ସାପଟି ଦେହରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। କ୍ଷତାକ୍ତ ନାଗ ସାପର ଚିକିତ୍ସା ପରେ ଶିମିଳିପାଳ ଅଭୟାରଣ୍ୟରେ ଛାଡି ଦିଆଯାଇଥିବା ଜଣାପଡ଼ିଛି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details