ଓଡିଶା

odisha

ETV Bharat / state

ବିଶ୍ବ ଭାରୋତ୍ତୋଳନ ଚାମ୍ପିଅନସିପ୍‌: ଭାରତର ପ୍ରତିନିଧିତ୍ବ କରିବେ ମୟୂରଭଞ୍ଜ ଝିଅ - mayurbhanj girl sneha soren

ଓଡିଶା କ୍ରୀଡାଜଗତ ପାଇଁ ଖୁସି ଖବର । ବିଶ୍ବ ଭାରୋତ୍ତୋଳନ ଚାମ୍ପିଅନସିପ୍‌ରେ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜର ସ୍ନେହା ସୋରେନ । ଯାହାକୁ ନେଇ ତାଙ୍କ ଗ୍ରାମରେ ଖୁସି ଖେଳିଯାଇଛି।

ଡିଜାଇନ ଫଟୋ

By

Published : Sep 11, 2019, 5:53 PM IST

Updated : Sep 11, 2019, 7:42 PM IST

ବାରିପଦା: ଓଡିଶା କ୍ରୀଡାଜଗତ ପାଇଁ ଖୁସି ଖବର । ବିଶ୍ବ ଭାରୋତ୍ତୋଳନ ଚାମ୍ପିଅନସିପ୍‌ରେ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜର ସ୍ନେହା ସୋରେନ । ଜିଲ୍ଲାର ମୋରଡା ବ୍ଲକ ଶିଖରଘାଟି ଗ୍ରାମର ସେହ୍ନା ସୋରେନ, ପଞ୍ଜାବ ପଟିଆଲା ସାଇକେନ୍ଦ୍ରରେ ଚାଲିଥିବା ପ୍ରଶିକ୍ଷଣ କେନ୍ଦ୍ରରୁ ବିଶ୍ବ ଭାରୋତ୍ତୋଳନ ଚାମ୍ପିଅନସିପ୍‌ରେ ଭାଗ ନେବା ପାଇଁ ଥାଇଲାଣ୍ଡ ଗସ୍ତ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଆସନ୍ତା ୧୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ବିଶ୍ବ ଭାରୋତ୍ତୋଳନ ଚାମ୍ପିଅନସିପ୍‌ ହେବାକୁ ଥିବାବେଳେ ସ୍ନେହା ୫୫ କିଲୋଗ୍ରାମରେ ଭାରତ ପାଇଁ ପ୍ରତିନିଧିତ୍ବ କରିବେ । ପୂର୍ବରୁ ସେ ଜୁନିୟର ବିଶ୍ବ ଚମ୍ପିଆନ, ଏସୀୟ ଓ ରାଜ୍ୟଗୋଷ୍ଠୀ ଭଳି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଛନ୍ତି ।

ଏପଟେ ବାପା-ମା ଛେଉଣ୍ଡ ଝିଅ ସ୍ନେହା ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିଅନସିପ୍‌ରେ ଭାଗ ନେଉଥିବାରୁ ସ୍ନେହାକୁ ଶୁଭେଚ୍ଛା ଜଣାଇଛନ୍ତି ଗ୍ରାମବାସୀ । ଗରିବ ପରିବାରରେ ଜନ୍ମ ହୋଇଥିବା ସ୍ନେହାଙ୍କ ବାଟ ଓଗାଳିପାରିନି ଦାରିଦ୍ର୍ୟତା । ଆଗକୁ ଆଗକୁ ବାଟି ଚାଲିଛନ୍ତି ସେ । ତେବେ ଏନେଇ ଗ୍ରାମବାସୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ମୟୂରଭଞ୍ଜ ସମ୍ବାଦଦାତା ମୃତ୍ୟୁଞ୍ଜୟ ସେନାପତି।

Last Updated : Sep 11, 2019, 7:42 PM IST

ABOUT THE AUTHOR

...view details