ଓଡିଶା

odisha

ETV Bharat / state

ମିଳିଲାନି ମଜୁରୀ, ୫ଜଣ ଯନ୍ତ୍ରୀଙ୍କୁ ତାଲା ପକାଇ ଅଟକ ରଖିଲେ ଶ୍ରମିକ - ଶ୍ରମିକଙ୍କୁ ମିଳିଲାନି ମଜୁରୀ

ଶ୍ରମିକଙ୍କୁ ମିଳିଲାନି ମଜୁରୀ । ଟଙ୍କା ନଦେବାରୁ ଯନ୍ତ୍ରୀଙ୍କୁ ଗୋଟିଏ ଘରେ ତାଲା ପକାଇ ଦେଲେ ଶ୍ରମିକ । ଅଧିକ ପଢନ୍ତୁ

workers locked five engineers in house
workers locked five engineers in house

By

Published : Jun 27, 2023, 6:33 PM IST

workers locked five engineers in house

ରାଇରଙ୍ଗପୁର:କାମ କରିବା ପରେ ବି ଶ୍ରମିକଙ୍କୁ ମିଳିଲାନି ପାରିଶ୍ରମିକ। ଟଙ୍କା ଦେବା ଦେବା କହି ସମୟ ଗଡାଇ ଚାଲିଥିଲେ। ଶେଷରେ ଅତିଷ୍ଠ ହୋଇ ୫ ଜଣ ଯନ୍ତ୍ରୀଙ୍କୁ ଗୋଟିଏ ଘରେ ତାଲା ପକାଇ ଦେଲେ ଶ୍ରମିକ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଅନ୍ତର୍ଗତ ଇନ୍ଦପୁର ଗ୍ରାମରେ। ଯନ୍ତ୍ରୀଙ୍କୁ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଇନ୍ଦୁପୁର ଗ୍ରାମ ସ୍ଥିତ ଏକ ଏକଲବ୍ୟ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଜାରି ରହିଛି। କିଛି ମାସ ହେବ ଏହି ସରକାରୀ ସ୍କୁଲରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସେଠାରେ ପ୍ରାୟ ୨୫ ଜଣ ଶ୍ରମିକ ଓ ମିସ୍ତ୍ରୀ ନିୟୋଜିତ ହୋଇଛନ୍ତି। କିନ୍ତୁ ସେମାନଙ୍କୁ ପ୍ରାୟ ସାତ ରୁ ଆଠ ମାସ ହେବ ଠିକ ଭାବେ ମଜୁରୀ ମିଳୁ ନ ଥିବାର ଅଭିଯୋଗ ହୋଇଛି। ବକେୟା ମଜୁରୀ ଟଙ୍କା ମାଗିବାରୁ ଠିକା ସଂସ୍ଥା ମଜୁରୀ ନ ଦେଇ ସମୟ ଗଡ଼ାଇ ଚାଲିଥିଲା। ଏଥିରେ ଶ୍ରମିକ ମାନେ ଉତ୍ୟକ୍ତ ହୋଇ ଆଜି କାର୍ଯ୍ୟ ତଦାରଖ ପାଇଁ ଆସିଥିବା ଯନ୍ତ୍ରୀ ମାନଙ୍କୁ ନିର୍ମାଣାଧୀନ ସ୍କୁଲ ଘରେ ପୁରାଇ ତାଲା ପକାଇ ଅଟକ ରଖିଥିଲେ।

ଏହା ମଧ୍ୟ ପଢନ୍ତୁ-ଆବାସ ତାଲିକା ବିବାଦ: ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଲେ ଲୋକେ

ତେବେ ପାରିଶ୍ରମିକ ବାବଦକୁ ବକେୟା ମଜୁରୀ ମିଳିବା ପରେ ସେମାନଙ୍କୁ ମୁକ୍ତ କରାଯିବ ବୋଲି ଶ୍ରମିକ ମାନେ ଦାବି କରିଥିଲେ। ଏନେଇ ଖବର ପାଇ ରରୁଆଁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ହେଲେ ଶ୍ରମିକମାନେ ସେମାନଙ୍କ ଦାବିରେ ଅଟଳ ରହିଥିଲେ। ଠିକା ସଂସ୍ଥା ତରଫରୁ ବାରମ୍ୱାର ପ୍ରତିଶ୍ରୁତି ଦିଆ ଯାଉଥିଲେ ମଧ୍ୟ ମଜୁରୀ ଟଙ୍କା ମିଳୁ ନ ଥିବାରୁ ସେମାନେ ଏପରି ଚରମ ପଦକ୍ଷେପ ନେଇଥିବା କହିଛନ୍ତି। ଅନ୍ୟପଟେ ଶ୍ରମିକ ମାନଙ୍କ ମଜୁରୀ ପ୍ରଦାନ ନେଇ ଦାବି ଉଚିତ ଅଟେ ବୋଲି ଯନ୍ତ୍ରୀ ମାନେ କହିଛନ୍ତି।

ତେବେ ଶ୍ରମିକଙ୍କ ମଜୁରୀ ଠିକା ସଂସ୍ଥା ପକ୍ଷରୁ ଜୁଲାଇ ୫ତାରିଖ ସୁଦ୍ଧା ପ୍ରଦାନ କରିବା ନେଇ ଲିଖିତ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ସମସ୍ତ ଅଟକ ଥିବା ୫ଜଣ ଯନ୍ତ୍ରୀଙ୍କୁ ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଅଟକ ଯନ୍ତ୍ରୀଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତିନି ଜଣ ଯନ୍ତ୍ରୀ ଥିବା ବେଳେ ନିର୍ମାଣ କାମ ଦାୟିତ୍ୱ ନେଇଥିବା ସଂସ୍ଥାର ୨ ଜଣ ଯନ୍ତ୍ରୀ ଥିବା ଜଣାପଡିଛି।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details