ବାରିପଦା: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ କରି ନିଜ ପାଉଣା ପାଇ ନାହାନ୍ତି ଶ୍ରମିକ। ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୋଖରୀ ଖୋଳାଯିବାର ଚାରି ମାସ ପରେ ମିଳିନାହିଁ ଶ୍ରମିକଙ୍କୁ ପାଉଣା। ମୟୂରଭଞ୍ଜ ଜିଲ୍ଲା ଶ୍ୟାମଖୁଣ୍ଟା ବ୍ଲକର ବାଲିଡ଼ିହା, ଭାଲକୀ ଗ୍ରାମପଞ୍ଚାୟତରେ ଏମଜିଏନଆରଇଜିଏ ଯୋଜନାରେ ପୋଖରୀ କାମ କରି ଚାରି ମାସ ରୁ ଉର୍ଦ୍ଧ୍ବ ହେବ ନିଜ ପାଉଣା ପାଇ ନ ଥୁବାରୁ ବ୍ଲକ ଅଫିସ ଘେରିଛନ୍ତି ଶ୍ରମିକ ମାନେ।
ମନରେଗା ଯୋଜନାରେ କାମ କରି ପାଉଣା ନାହିଁ, ବ୍ଲକ ଅଫିସ ଘେରିଲେ ଶ୍ରମିକ - ମୟୁରଭଞ୍ଜ
ମୟୁରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ବ୍ଲକ ଅଫିସ ଘେରିଲେ ଶ୍ରମିକ। ମନରେଗା ଯୋଜନାରେ କାମ କରି ଚାରି ମାସରୁ ଉର୍ଦ୍ଧ୍ବ ସମୟ ହେବ ନିଜ ପାଉଣା ପାଇ ନ ଥିବାରୁ ବ୍ଲକ ଅଫିସ ଘେରିଛନ୍ତି ଶ୍ରମିକ। ଅଧିକ ପଢନ୍ତୁ....
Workers arWorkers are not paid for working not paid for working
ତେବେ ଅଭିଯୋଗ ଅନୁଯାୟୀ ଦୀର୍ଘ ଚାରି ମାସ ହେବ ଶ୍ରମିକ ମାନେ ନିଜ ପାଉଣା ଟଙ୍କା ପାଇଁ ଗ୍ରାମ ପଞ୍ଚାୟତ ଆଉ ବ୍ଲକ ଅଫିସ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେବାରୁ ଶେଷରେ ବ୍ଲକ ଅଫିସ ଘେରିଛନ୍ତି। ତେବେ ଖୁବଶୀଘ୍ର ଶ୍ରମିକଙ୍କୁ ତାଙ୍କ ପାଉଣା ଦିଆଯିବ ବୋଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଶ୍ରମିକ ମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ଜଣାପଡ଼ିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ