ରାଇରଙ୍ଗପୁର: ଚୋରା ଚାଲାଣ ବେଳେ ଗୋଟିଏ କାଠପଟା ବୋଝେଇ ପିକ୍ଅପ୍ ଭ୍ୟାନ ଜବତ କରିଛି ବନବିଭାଗ । ଘଟଣାରେ 5 ଜଣଙ୍କୁ ଗିରଫ କରାଯାଇଛି । ଗିରଫ 5 ଜଣ ମଧ୍ୟରୁ 3 ଜଣ ଭଦ୍ରକର ହୋଇଥିବାବେଳେ ଅନ୍ୟ 2 ଜଣ ଠାକୁରମୁଣ୍ଡା କେନ୍ଦୁଜୁଆଣି ଅଞ୍ଚଳର ବୋଲି ଜଣାପଡିଛି ।
କାଠପଟା ବୋଝେଇ ପିକଅପ ଭ୍ୟାନ ଜବତ, 5 ଗିରଫ - rairangpur news
କାଠପଟା ବୋଝେଇ ପିକ୍ଅପ୍ ଭ୍ୟାନ ଜବତ କରିଛି ଠାକୁରମୁଣ୍ଡା ବନବିଭାଗ । ଘଟଣାରେ 5 ଜଣଙ୍କୁ ଗିରଫ କରିବା ସହ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ।
ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
ସୂଚନାନୁସାରେ, ଶାଳ ପଟା ଚୋରାଚାଲାଣ ନେଇ ମୟୂରଭଞ୍ଜ ଠାକୁରମୁଣ୍ଡା ବନବିଭାଗ ଅଧିକାରୀ କୌଣସି ସୂତ୍ରରୁ ଖବର ପାଇଥିଲେ । ବନ ବିଭାଗ ଏକ ଟିମ୍ ସହ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଶାଳ ପଟା ଭର୍ତ୍ତି ପିକଅପ ଭ୍ୟାନ ସମେତ ପାଞ୍ଚ ଜଣ କାଠ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଛି ବନବିଭାଗ । ତେବେ ଗିରଫ ପାଞ୍ଚ ଜଣଙ୍କୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ