ଓଡିଶା

odisha

ETV Bharat / state

ଲକ୍ଷାଧିକ ଟଙ୍କାର କାଠ ସହ ଟ୍ରକକୁ ଜବତ କଲେ ଗ୍ରାମବାସୀ

ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧିନରେ ଲକ୍ଷାଧିକ ଟଙ୍କାର କାଠ ଚୋରା ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ବାରା ଟ୍ରକ ଅଟକ । ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ମୟୁରଭଞ୍ଜ

By

Published : Nov 24, 2019, 3:41 AM IST

ବାରିପଦା: ଲକ୍ଷାଧିକ ଟଙ୍କାର କାଠ ଚୋରା ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ବାରା ଟ୍ରକ ଅଟକ । କାଠ ବୋଝେଇ ଟ୍ରକକୁ ଅଟକ ରଖିବା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ମୟୁରଭଞ୍ଜ

ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧିନ ଚକୁଳିଆ ଗ୍ରାମ୍ୟ ଜଙ୍ଗଲରୁ ଦଶ ଚକିଆ ଟ୍ରକରେ କାଠ ଚୋରା ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ମାନେ ଟ୍ରକକୁ ଅଟକ ରଖି ବେତନଟୀ ବନବିଭାଗକୁ ଖବର ଦେଇଥିଲେ । ଦୀର୍ଘ ଦିନ ହେବ ଲଗାତାର ଚକୁଳିଆ ଗ୍ରାମ୍ୟ ଜଙ୍ଗଲରୁ ଆକାଶି, ମହୁଲ ,ପଟାସ ଗଛ ଚୋରା କାରବାର ଚାଲିଥିଲା । ରାତିରେ ମାଫିଆ ମାନେ ମେସିନ ଦ୍ବାରା ଗଛ କାଟି ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି । କାଠ ମାଫିଆଙ୍କ କାଠ ବୋଝେଇ ଟ୍ରକକୁ ଅଟକ ରଖି ବନ ବିଭାଗକୁ ଖବର ଦେବାପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କାଠ ମାଫିଆମାନେ ରାତିରେ ଗଛ କାଟି ରାତାରାତି ବଡ଼ ବଡ଼ ଗଛକୁ ବାହାରକୁ ଚାଲାଣ କରୁଥିବା ବେଳେ ଦିନବେଳେ ମଧ୍ୟ ସୁଯୋଗ ଦେଖି ଗଛକୁ ଟ୍ରକ ମାଧ୍ୟମରେ ଲୁଟ ହେଉଛି । ତେବେ ଟ୍ରକକୁ ଛାଡି ମାଫିଆ ସହ ଟ୍ରକ ଡ୍ରାଇଭର ଆଉ ହେଲପର ଘଟଣାସ୍ଥଳ ରୁ ଚମ୍ପଟ ମାରିଛନ୍ତି । ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details