ଓଡିଶା

odisha

ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ: ମାଆ ସହ ୨ ଶିଶୁ ଜୀବନ୍ତ ଦଗ୍ଧ

By

Published : May 13, 2022, 10:13 AM IST

Updated : May 13, 2022, 11:07 AM IST

ରାତିରେ ଘରେ ଶୋଇଥିଲା ବେଳେ ଲାଗିଲା ନିଆଁ । କାଳରାତ୍ରିରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ । ମାଆ ସହ ଜୀବନ୍ତ ଦଗ୍ଧ ହୋଇଗଲେ ୨ ଶିଶୁ । ଅଧିକ ପଢନ୍ତୁ

ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ:  ମା ସହ ଜୀବନ୍ତଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ:  ମା ସହ ଜୀବନ୍ତ ଦଗ୍ଧ ହେଲେ ୨ ଶିଶୁ ଦଗ୍ଧ ହେଲେ ୨ ଶିଶୁ
ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ: ମା ସହ ଜୀବନ୍ତ ଦଗ୍ଧ ହେଲେ ୨ ଶିଶୁ

ମୟୁରଭଞ୍ଜ: ରାତିରେ ଘରେ ଶୋଇଥିଲା ବେଳେ ଲାଗିଗଲା ନିଆଁ । କାଳରାତ୍ରିରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ । ମାଆ ସହିତ ଜୀବନ୍ତ ଦଗ୍ଧ ହୋଇଗଲେ ୨ ଶିଶୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁ ଗ୍ରାମରେ । ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସୂଚନା ଅନୁସାରେ, ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ପରିବାର ଲୋକେ ଗଭୀର ନିଦରେ ଶୋଇ ଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି ।

ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ: ମା ସହ ଜୀବନ୍ତ ଦଗ୍ଧ ହେଲେ ୨ ଶିଶୁ

ଖବର ପାଇବା ମାତ୍ରେ ସାରସକଣା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତକମାନେ ହେଲେ ମଙ୍ଗଲ ମାର୍ଣ୍ଡିଙ୍କ ପତ୍ନୀ ସୁରୁକୁନି ମାର୍ଣ୍ଡି (୨୪) , ୬ବର୍ଷର ଝିଅ ସରିତା ମାର୍ଣ୍ଡି ଓ ୩ମାସର ପୁଅ ଜଗଦୀଶ ମାର୍ଣ୍ଡି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ୍‌ ସୁରୁକୁନିଙ୍କ ସ୍ୱାମୀ ମଙ୍ଗଲ ମାର୍ଣ୍ଡିଙ୍କୁ ଅଟକ ରଖିଛି । ତେବେ ସ୍ୱାମୀ ମଙ୍ଗଲ ପୂର୍ବରୁ ଜଣକୁ ବିବାହ କରିଥିଲେ । ଘରୋଇ କଳି ଯୋଗୁଁ ସେ ତାଙ୍କୁ ଛାଡ଼ିଦେଇ ସୁରୁକୁନିଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡିକାଲ କଲେଜକୁ ପଠାଯିବ ବୋଲି DSP ମୁକ୍ତି କୁମାର କୁଲୁ ସୂଚନା ଦେଇଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : May 13, 2022, 11:07 AM IST

ABOUT THE AUTHOR

...view details