ଓଡିଶା

odisha

By

Published : Jun 9, 2020, 4:27 PM IST

ETV Bharat / state

ଋଣ ପରିଶୋଧ ସଂସ୍ଥାଙ୍କ ଆରବିଆଇ ନିୟମକୁ ବେଖାତିର, ମହିଳାଙ୍କ ବିକ୍ଷୋଭ

କୋରୋନା ପାଇଁ ଲକଡାଉନରେ ଅନେକ ଲୋକ ରୋଜଗାର ହରାଇଛନ୍ତି । ପରିସ୍ଥିତିକୁ ଲକ୍ଷ୍ୟ କରି ରିଜର୍ଭ ବ୍ୟାଙ୍କ ଆସନ୍ତା ତିନି ମାସ ଋଣ ଟଙ୍କା ଦେବା ବାଧ୍ୟତାମୂଳକ ନୁହେଁ ବୋଲି କହିଛି । ଅଧିକ ପଢନ୍ତୁ...

ଋଣ ପରିଶୋଧ ସଂସ୍ଥାଙ୍କ ଆରବିଆଇ ନିୟମକୁ ବେଖାତିର, ମହିଳାଙ୍କ ବିକ୍ଷୋଭ
ଋଣ ପରିଶୋଧ ସଂସ୍ଥାଙ୍କ ଆରବିଆଇ ନିୟମକୁ ବେଖାତିର, ମହିଳାଙ୍କ ବିକ୍ଷୋଭ

ବାରିପଦା: ଲକଡାଉନ ପାଇଁ ଆଗାମୀ ତିନି ମାସ ଋଣ ଟଙ୍କା ଦେବା ବାଧ୍ୟତାମୂଳକ ନୁହେଁ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି । କିନ୍ତୁ ଅର୍ଥ ଲଗାଣକାରୀ ସଂସ୍ଥା ଋଣ ଟଙ୍କା ପରିଶୋଧ ପାଇଁ ବାଧ୍ୟ କରୁଛନ୍ତି । ଏନେଇ ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ମହିଳା ।

ଋଣ ପରିଶୋଧ ସଂସ୍ଥାଙ୍କ ଆରବିଆଇ ନିୟମକୁ ବେଖାତିର, ମହିଳାଙ୍କ ବିକ୍ଷୋଭ

କୋରୋନା ପାଇଁ ଲକଡାଉନରେ ଅନେକ ଲୋକ ରୋଜଗାର ହରାଇଛନ୍ତି । ଏହି ସମୟରେ ପରିସ୍ଥିତିକୁ ଲକ୍ଷ୍ୟ କରି ରିଜର୍ଭ ବ୍ୟାଙ୍କ ଆସନ୍ତା ତିନି ମାସ ଋଣ ଟଙ୍କା ଦେବା ବାଧ୍ୟତାମୂଳକ ନୁହେଁ ବୋଲି କହିଛି । ହେଲେ ଅର୍ଥ ଲଗାଣକାରୀ ସଂସ୍ଥା ଋଣ ଟଙ୍କା ପରିଶୋଧ ପାଇଁ ବାଧ୍ୟ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।

ଏନେଇ ବାରିପଦା ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ୱାର୍ଡର ମହିଳା ସମିତି ସଦସ୍ୟମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କ ଦ୍ଵାରା ଲକଡାଉନ ସମୟରେ ଋଣ କିସ୍ତି ଆଦାୟ ବିରୋଧରେ ପ୍ରତିବାଦ କରିଥିଲେ । ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟ ଏବେ ଘରକୁ ଘର ବୁଲି ଋଣ ଟଙ୍କା ପରିଶୋଧ କରିବାକୁ ବାଧ୍ୟ କରୁଛନ୍ତି ।

ଏନେଇ ମହିଳାମାନେ ଅଭିଯୋଗ କରିଛନ୍ତି । ଏହାସହ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହିପରି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details