ଓଡିଶା

odisha

ETV Bharat / state

ହୋପ ଅଫିସ କାର୍ଯ୍ୟାଳୟ ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ବାରିପଦା ହୋପ ଅଫିସ ମହିଳା ମୃତଦେହ ଉଦ୍ଧାର ଘଟଣା

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ସବରସାହି ହୋପ ଅଫିସ କାର୍ଯ୍ୟାଳୟ ଭିତରୁ ଜଣେ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛନ୍ତି ଟାଉନ ଥାନା ପୋଲିସ । ମୃତ ଯୁବତୀ ଜଣକ ବାଲେଶ୍ବର ଜିଲ୍ଲାର ଅମ୍ରିତା ଦାସ ବୋଲି ଜଣାପଡିଛି।

deadbody found
ହୋପ ଅଫିସ କାର୍ଯ୍ୟାଳୟ ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

By

Published : Sep 9, 2020, 12:30 PM IST

ବାରିପଦା: ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ସବରସାହି ହୋପ ଅଫିସ କାର୍ଯ୍ୟାଳୟ ଭିତରୁ ଜଣେ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛନ୍ତି ଟାଉନ ଥାନା ପୋଲିସ । ମୃତ ଯୁବତୀ ଜଣକ ବାଲେଶ୍ବର ଜିଲ୍ଲାର ଅମ୍ରିତା ଦାସ ବୋଲି ଜଣାପଡିଛି।

ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲାର ଅମ୍ରିତା ଗତ ଚାରି ମାସ ହେଲା ହୋପ କାର୍ଯ୍ୟାଳୟରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ହୋପ କାର୍ଯ୍ୟାଳୟ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ନାମଲେଖା ମାଧ୍ୟମ ରୂପେ କାମ କରୁଥିବା ଜଣାପଡିଛି ।

ହୋପ ଅଫିସ କାର୍ଯ୍ୟାଳୟ ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତେବେ ମଙ୍ଗଳବାର ରାତିରେ ଅମ୍ରିତାଙ୍କୁ ଝୁଲନ୍ତା ଅବସ୍ଥାରେ ଅନ୍ୟ କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ପରେ ଖବର ପାଇ ବାରିପଦା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବୁଧବାର ଯୁବତୀଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଛି । ଏପଟେ ପୋଲିସ ଅମ୍ରିତାଙ୍କ ରୁମ ଭିତରୁ ଏକ ସୁଇସାଇଡ୍ ନୋଟ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details