ଓଡିଶା

odisha

ETV Bharat / state

ବିଷାକ୍ତ ସାପ କାମୁଡାରେ ମହିଳା ମୃତ

ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ପଣ୍ଡୁପାଣି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବିଶାକ୍ତ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

By

Published : Jun 16, 2020, 1:16 PM IST

_ women dead in bite of snake
ବିଷାକ୍ତ ସାପ କାମୁଡାରେ ମହିଳା ମୃତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ପଣ୍ଡୁପାଣି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ବିଶାକ୍ତ ସାପ କାମୁଡାରେ ପଣ୍ଡୁପାଣି ଗ୍ରାମର ଚନ୍ଦ୍ରମୋହନ ଟୁଡୁଙ୍କ ସ୍ତ୍ରୀ ରାଣୀମଣି ଟୁଡୁଙ୍କ ମୃତ୍ୟୁ ହୋଇଛି । ସୂଚନାନୁଯାୟୀ, ସୋମବାର ରାତିରେ ମହିଳା ଜଣକ ଖାଇ ସାରି ଶୋଇଥିଲେ। ତେବେ ବିଳମ୍ବିତ ରାତିରେ ତାଙ୍କୁ ଏକ ପାହାଡିଆ ଚିତି ସାପ କାମୁଡି ଦେଇଥିଲା ।

ବିଷାକ୍ତ ସାପ କାମୁଡାରେ ମହିଳା ମୃତ

ଆଜି(ମଙ୍ଗଳବାର) ସକାଳୁ ମହିଳା ଜଣକ ଅସୁସ୍ଥତା ଅନୁଭବ କରିଥିଲେ । ଶୋଇବା ଘରେ ପାହାଡିଆ ଚିତି ସାପ ଦେଖି ପରିବାର ଲୋକେ ସାପଟିକୁ ମାରିଦେବା ସହିତ ଗୁଣିଗାରେଡିରେ ଠିକ୍ ହୋଇଯିବ ଭାବି ଜଣେ ଗୁଣିଆ ପାଖରେ ଝଡାଫୁଙ୍କା କରାଇଥିଲେ। କିଛି ସମୟ ପାଇଁ ସେ ସୁସ୍ଥ ଅନୁଭବ କରିଥିଲେ ମାତ୍ର ପରିବର୍ତ୍ତୀ ସମୟରେ ସେ ପୁଣି ଅସୁସ୍ଥତା ଅନୁଭବ କରିବାକୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତିରିଂ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details