ଓଡିଶା

odisha

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନୁହେଁ ହତ୍ୟା କହିଲେ ଭଉଣୀ

ବାରିପଦା ଟାଉନ ଥାନା ଅମ୍ବିକା ସାହି ଭଡା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଅଧିକ ପଢନ୍ତୁ...

By

Published : May 21, 2021, 8:24 AM IST

Published : May 21, 2021, 8:24 AM IST

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା: ବାରିପଦା ଟାଉନ ଥାନା ଅନ୍ତର୍ଗତ ୧ ନମ୍ବର ୱାର୍ଡ ଅମ୍ବିକା ସାହିରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ଯୁବତୀ ଜଣଙ୍କ ଅମ୍ବିକା ସାହିରେ ଭଡାରେ ରହୁଥିଲେ। ଯୁବତୀ ଜଣଙ୍କ ହେଉଛନ୍ତି ଏକତା ଦାସ ସେ ବାରିପଦାର ଏକ ଘରୋଇ ବ୍ୟବସାୟିକ ସଂସ୍ଥାରେ ଆକାଉଣ୍ଟେଟ ଭାବେ କାର୍ଯ୍ୟ କରୁଥିଲେ ।

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତେବେ ଗତକାଲି ଅଫିସରୁ ଆସି ନିଜ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ସହ ଏକ ସୁଇସାଇଡ ନୋଟ ଲେଖିଥିବା ପୋଲିସ ପକ୍ଷରୁ ଜଣାପଡିଛି । ସେପଟେ ମୃତକଙ୍କ ଭଉଣୀ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି ଜଣେ ଯୁବକଙ୍କ ନାମରେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଟାଉନ ପୋଲିସ ସୁଇସାଇଡ ନୋଟ ଜବତ କରିବା ସହ ମୃତଦେବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ଟାଉନ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details