ବାରିପଦା: ବନ୍ଦ ଘରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତକ ଜଣକ ହେଉଛନ୍ତି ବାରିପଦା ଟାଉନ ଥାନା ଅନ୍ତର୍ଗତ ଭୁଗୁଡାକଟା ୱାର୍ଡ ନମ୍ବର ୨୬ ଅଞ୍ଚଳର ଆରତୀ ସିଂ । ୩ ଦିନ ତଳୁ ସ୍ବାମୀ ଫେରାର ରହିଥିବାରୁ ହତ୍ୟା ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକଙ୍କୁ ପଚାରଉଚରା କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ବନ୍ଦ ଘରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ବାରିପଦା ଟାଉନ ଥାନା
ବାରିପଦା ଟାଉନ ଥାନା ଅଞ୍ଚଳରେ ବନ୍ଦ ଘରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ତିନି ଦିନ ପୂର୍ବରୁ ନିଶାସକ୍ତ ସ୍ବାମୀ ଝଗଡ଼ା କରି ଘରୁ ଫେରାର ହୋଇଥିବାରୁ ହତ୍ୟା ସନ୍ଦେହ । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢ଼ନ୍ତୁ
ସୂଚନା ଅନୁଯାୟୀ ଆରତୀଙ୍କ ସ୍ବାମୀ ବାବୁ ସିଂ ଦୁଇରୁ ତିନି ଦିନ ପୂର୍ବରୁ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିବା ବେଳେ ସ୍ତ୍ରୀ ଆରତୀ ସହିତ ଝଗଡା କରିଥିଲେ । ତେବେ ସେହିଦିନ ଠାରୁ ସ୍ବାମୀ ବାବୁ କୁଆଡେ ଚାଲି ଯାଇଥିବା ବେଳେ ତାଙ୍କର ଖୋଜ ଖବର ନାହିଁ । ଏହା ସହିତ ସେହି ଦିନରୁ ଆରତୀ ମଧ୍ୟ ଘର ବାହାରକୁ ଆସିଥିବାର କେହି ଦେଖି ନଥିବା ସ୍ଥାନୀୟ ପଡୋଶୀ କହିଛନ୍ତି । ତେବେ ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ଜଣାଇଥିଲେ । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ସମେତ ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।
ଇଟିଭି ଭାରତ, ମୟୂରଭଞ୍ଜ