ଓଡିଶା

odisha

ETV Bharat / state

ଭାଇର ନିଷ୍ପତ୍ତିକୁ ବିରୋଧ କଲା ଭଉଣୀ, ବାଡ଼ିରେ ପିଟିପିଟି ଭଉଣୀକୁ ହତ୍ୟା

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବେଗୁନିଆବନ୍ଧ ଗ୍ରାମରେ ଅଭାବନୀୟ ଘଟଣା । ଭାଇ, ଭାଉଜ ମାଡ଼ରେ ଭଉଣୀ ମୃତ । ଅଧିକ ପଢ଼ନ୍ତୁ

man murdered his sister in Mayurbhanj
ଭାଇର ଆକ୍ରମଣରେ ଭଉଣୀର ମୃତ୍ୟୁ

By

Published : Mar 22, 2023, 5:08 PM IST

ବାରିପଦା: ଭାଇର ନିଷ୍ପତ୍ତିକୁ ଭଉଣୀ ବିରୋଧ କରୁବାରୁ ଜଘନ୍ୟ କାଣ୍ଡ । ଭାଇ, ଭାଉଜଙ୍କ ମାଡ଼ରେ ଭଉଣୀର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବେଗୁନିଆବନ୍ଧ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଜମିଜମା ବିବାଦକୁ ନେଇ ଭାଇ ଓ ଭାଉଜ ନିଜ ଭଉଣୀକୁ ପିଟିପିଟି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ଏହି ଘଟଣା ନେଇ ଗ୍ରାମ ମୁଖିଆଙ୍କ ଅଭିଯୋଗ ପରେ ଭାଇ ଓ ଭାଉଜଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ପଞ୍ଚାୟତର ଚୈତନ୍ୟ ହେମ୍ବ୍ରମଙ୍କ ଝିଅ ଜବା ବାସ୍କେଙ୍କ ସହିତ ନିକଟସ୍ଥ ଗ୍ରାମ ବେଗୁନିଆବନ୍ଧର ସାମ ବାସ୍କେ ବିବାହ କରିଥିଲେ । ୧୦ ବର୍ଷ ପୂର୍ବରୁ ସାମ ବାସ୍କେଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ପରେ ତିନି ଭଣଜା ଭାଣିଜୀ ଓ ଭଉଣୀର ଦାୟିତ୍ୱ ନେଇଥିଲେ ଭାଇ ବୁଧାନ ହେମ୍ବ୍ରମ ଓ ଭାଉଜ ମାଳତୀ ହେମ୍ବ୍ରମ । ସେମାନେ ଭଉଣୀ ଜବା ବାସ୍କେର ସମସ୍ତ କଥା ବୁଝାବୁଝି କରି ଆସୁଥିଲେ । ତେବେ ଜବା ବାସ୍କେର ଜମିଜମା ବିବାଦକୁ ନେଇ ବେଗୁନାବନ୍ଧ ଗ୍ରାମରେ ଗ୍ରାମବାସୀଙ୍କ ମଧ୍ୟରେ ମଙ୍ଗଳବାର ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ଭାଇ ବୁଧାନ ହେମ୍ବ୍ରମ ମଧ୍ୟ ଉପସ୍ଥିତ ଥିଲେ । ସେଠାରେ ଭାଇର ନିଷ୍ପତ୍ତିକୁ ଭଉଣୀ ଜବା ବିରୋଧ କରିବା ସହିତ ସର୍ବ ସମ୍ମୁଖରେ ଭାଇ ବୁଧାନକୁ ଅପମାନିତ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବୁଧାନ ହଠାତ୍ ବୈଠକରୁ ଉଠି ଆସିଥିଲେ । ଏହାପରେ ଭାଇ ଓ ଭାଉଜ ଦୁହେଁ ଏକ ବାଡ଼ିରେ ଜବାର ମୁଣ୍ଡ ଉପରେ ପ୍ରହାର କରିଥିଲେ । ଆକ୍ରମଣରେ ଜବା ବାସ୍କେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡ଼ିକାଲକୁ ଆଣୁଥିବା ବେଳେ ଅଧ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏନେଇ ଗ୍ରାମର ମୁଖିଆ ଅମ୍ବିରା ପ୍ରସାଦ ହେମ୍ବ୍ରମ ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍‌ ଓ ଏସଡିପିଓ ପ୍ରକାଶ ଜେମ୍ସ ଟପ୍ପୋ ମଧ୍ୟ ଆସିଥିଲେ । ସାଇଣ୍ଟିଫିକ ଟିମ୍ ଓ ପୋଲିସର ତଦନ୍ତ ପରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ମେଡ଼ିକାଲ ପଠା ଯାଇଥିଲା । ଅନ୍ୟପଟେ ଭାଇ ବୁଧାନ ଓ ଭାଉଜ ମାଳତୀକୁ ବାଙ୍ଗିରିପୋଷି ଥାନା ପୋଲିସ ଗିରଫ କରିବା ସହିତ ଘଟଣା ସମ୍ପର୍କରେ ଅଧିକ ପଚାରାଉଚରା ଜାରି ରଖିଛି । ଏନେଇ ପୋଲିସ କେସ ନଂ ୮୫/୨୦୨୩ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details