ଓଡିଶା

odisha

ETV Bharat / state

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନରେ ଥିବା ତଲକବାଦି ଗ୍ରାମରେ ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଗୁଳିମାଡ ହୋଇଛି। ଏଥିରେ ମହିଳା ଜଣକ ଗୁରୁତର ହୋଇଛନ୍ତି ।

By

Published : Dec 9, 2019, 12:25 AM IST

black magic in rairangpur
ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ

ରାଇରଙ୍ଗପୁର: ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନରେ ଥିବା ତଲକବାଦି ଗ୍ରାମରେ । ଏଥିରେ ମହିଳା ଜଣକ ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ହେଲେ ତଲକବାଦି ଗ୍ରାମର ମଇନ ହେମ୍ବ୍ରମ ।

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ

ସୂଚନାନୁସାରେ, ଶନିବାର ମଇନ ନିଜ ଘରେ ଶୋଇଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରେ ଗୁଳିମାଡ କରିଥିଲେ । ଦୁର୍ବୃତ୍ତର ଲକ୍ଷ୍ୟଭେଦ ଠିକ୍ ଭାବେ ନହେବାରୁ ଗୁଳିଟି ତାଙ୍କ ମୁଣ୍ଡରେ ଘସି ହୋଇ ପାର ହୋଇୟାଇଥିଲା । ଯାହାଦ୍ବାରା ମଇନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ବାରିପଦା ପିଆରଏମରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବାବେଳେ ବିଶୋଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ମଇନଙ୍କୁ ଡାହାଣୀ ସନ୍ଦେହରେ ଗୁଳିମାଡ ହୋଇଥିବା ପୋଲିସ ସନ୍ଦେହ କରୁଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details