ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଗତ କୟମଡିହି ଗ୍ରାମରେ ଆଶାକର୍ମୀଙ୍କ ଦ୍ବାରା ଦିଆଯାଇଥିବା କୃମି ଓ ଫାଇଲେରିଆ ବଟିକା ଖାଇ ମହିଳା ଅସୁସ୍ଥ ହୋଇପଡିଛନ୍ତି । ତେବେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ପରେ ବାରିପଦା ପିଆରଏମ ସ୍ଥାନାନ୍ତରକୁ ଚିକିତ୍ସା ପାଇଁ ପଠାଯାଇଛି ।
ସମଗ୍ର ଦେଶକୁ ଫାଇଲେରିଆ ରୋଗରୁ ମୁକ୍ତ କରିବା ପାଇଁ ସରକାରଙ୍କ ତରଫରୁ ଆଶାକର୍ମୀଙ୍କ ଜରିଆରେ ପ୍ରତ୍ୟେକ ଘରେ ଘରେ ଔଷଧ ପହଞ୍ଚାଇବାକୁ ଅଭିଯାନ ଜାରି କରାଯାଇଛି। ତେବେ ତିରିଂ ଓ ବହଳଦା ବ୍ଲକରେ ମଧ୍ୟ କୃମି ଓ ଫାଇଲେରିଆ ବଟିକା ବଣ୍ଟନ କରାଯାଇଥିଲା । ଫାଇଲେରିଆ ବଟିକା ଖାଇବା ଦ୍ବାରା ନୁଆଗାଁ, ଜଶିପୁର, ଅସୁରଘାଟି, ସାପଘର, ନନ୍ଦବସା ଓ କୟମଡିହି ଗ୍ରାମର କିଛି ଲୋକଙ୍କ ଦେହରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇଥିବା ସୂଚନା ମିଳିଥିଲା ।