ଓଡିଶା

odisha

ETV Bharat / state

ଭୋକର କରୁଣ ଚିତ୍ର, ଅଳିଆ ଆବର୍ଜନାରୁ ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି ମହିଳା

ଭୋକର କରୁଣ ଚିତ୍ର । ଅଳିଆ ଆବର୍ଜନାରୁ ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି ମହିଳା । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ୬ନଂ ୱାର୍ଡ ଜଗନ୍ନାଥ ମାର୍କେଟ ସ୍ଥିତ ମୁଖ୍ୟ ରାସ୍ତାକଡ ଅଳିଆ ଆବର୍ଜନାରୁ ପଚାସଢା ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି ଜଣେ ମହିଳା । ଅଧିକ ପଢନ୍ତୁ

ଭୋକର କରୁଣ ଚିତ୍ର, ଅଳିଆ ଆବର୍ଜନାରୁ ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି ମହିଳା
ଭୋକର କରୁଣ ଚିତ୍ର, ଅଳିଆ ଆବର୍ଜନାରୁ ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି ମହିଳା

By

Published : Dec 9, 2022, 4:47 PM IST

ରାଇରଙ୍ଗପୁର:ପୁଣି ଥରେ ସାମ୍ନାକୁ ଆସିଛି ଭୋକର କରୁଣ ଚିତ୍ର । ଅଳିଆ ଆବର୍ଜନାରୁ ପଚାସଢା ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି ଜଣେ ମହିଳା । ଏଭଳି ଏକ ବିଚଳିତ କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ୬ନଂ ୱାର୍ଡ ଅନ୍ତର୍ଗତ ଜଗନ୍ନାଥ ମାର୍କେଟ ସ୍ଥିତ ମୁଖ୍ୟ ରାସ୍ତାକଡରେ । ଯେଉଁଠି ଜଣେ ମହିଳା କୁଢ କୁଢ ଅଳିଆ ଆବର୍ଜନା ରହିଥିବା ସ୍ଥାନରୁ ପଚାସଢା ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି । ଏଭଳି ଲୋକଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଥିବା ସତ୍ତ୍ବେ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ଭୋକର କରୁଣ ଚିତ୍ର, ଅଳିଆ ଆବର୍ଜନାରୁ ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି ମହିଳା

ମହିଳା ଜଣକ ମାନସିକ ବିକୃତ ଯୋଗୁଁ କିମ୍ବା ଭୋକ ଜ୍ବାଳାରେ ପଚାସଢା ଖାଦ୍ୟ ଖାଉଛନ୍ତି ତାହା ଦେଖିଲେ ଅନୁମାନ କରାଯାଉଛି । ମହିଳା ଜଣକ ରାଇରଙ୍ଗପୁର ପୌରାଞ୍ଚଳରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି । ତେବେ ଜଗନ୍ନାଥ ମାର୍କେଟ ଦେଇ ଯାଇଥିବା ୨୨୦ନଂ ଜାତୀୟ ରାଜପଥ ରାଇରଙ୍ଗପୁର - ଯଶିପୁର ମୁଖ୍ୟ ରାସ୍ତା । ଏହି ଦୁର୍ଗନ୍ଧ ଯୁକ୍ତ ପରିବେଶରେ ଅଳିଆ ଆବର୍ଜନା ଫିଙ୍ଗିବାକୁ ମାସ୍କ ପିନ୍ଧି ଯିବାକୁ ପଡୁଥିବା ବେଳେ ଜଣେ ମହିଳା ଭୋକର ଜ୍ଵଳାରେ ଘାଣ୍ଟି ଘାଣ୍ଟି ଖାଦ୍ୟ ସଂଗ୍ରହ କରି ଖାଉଥିବା ଦେଖିବାକୁ ମିଳିଛି । ପଚା ଦୁର୍ଗନ୍ଧ ବାସ୍ନାରେ ଯେଉଁଠି ଅଣ ନିଶ୍ବାସୀ ଲାଗେ ସେଠାରେ ମହିଳା ଜଣକ ଭୋକର ଜ୍ଵାଳା ସହି ନପାରି ପଚା ସଢା ଖାଦ୍ୟ ସଂଗ୍ରହ କରି ଖାଉଥିବା ଦେଖାଯାଇଛି ।

ଅନ୍ୟପଟେ ଏ ପଚାସଢା ଖାଦ୍ୟ ଖାଇ କେତେବେଳେ ବି କୌଣସି ଅଘଟଣ ଘଟି ଯାଇପାରେ ତାହା କହି ହେବ ନାହିଁ । ଏପରି ଅଭାବନୀୟ ଦୃଶ୍ୟ ମୁଖ୍ୟ ରାସ୍ତାକଡ଼ରେ ଦେଖିବାକୁ ମିଳିଥିଲେ ମଧ୍ୟ ରାଇରଙ୍ଗପୁର ପ୍ରଶାସନ କିମ୍ବା କାହାରି ବି ଦୃଷ୍ଟି ଏଥିପ୍ରତି ପଡ଼ି ପାରୁନାହିଁ । ଯାହାକି ଅଞ୍ଚଳ ପାଇଁ ଏକ ଲଜ୍ଜାର ବିଷୟ । ତେବେ ଉକ୍ତ ମହିଳାଙ୍କୁ ଠାବ କରାଯାଇ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେଇ ତାକୁ ଥଇଥାନ କରିବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details