ରାଇରଙ୍ଗପୁର: କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଘଡଘଡି ବିଜୁଳି ସହିତ ବର୍ଷା ହୋଇଛି । ଗୋରୁମହିଷାଣୀ ଥାନା ଅଧୀନ ବଡଜରହି ଗ୍ରାମରେ ମଧ୍ୟ ଏହାର ପ୍ରଭାବରେ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ।
ବଜ୍ରାଘାତରେ ମହିଳା ମୃତ - ବଜ୍ରାଘାତରେ ମହିଳା ମୃତ
କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଘଡଘଡି ବିଜୁଳି ସହିତ ବର୍ଷା ହୋଇଛି । ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବଜ୍ରାଘାତରେ ମହିଳା ମୃତ
ବଡଜରହି ଗ୍ରାମର ବୁଢାନ ବାସ୍କେଙ୍କ ସ୍ତ୍ରୀ ଗେର୍ଥ ବାସ୍କେ ନିଜ ଘର ବାହାରେ ଥିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ସେହିଠାରେ ହିଁ ସେ ପଡ଼ିଯାଇଥିଲେ । ତୁରନ୍ତ ତାଙ୍କୁ ପରିବାର ଲୋକେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତକଙ୍କ ଦୁଇ ପୁତ୍ର ସନ୍ତାନ ଥିବା ଜଣାପଡ଼ିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ