ଓଡିଶା

odisha

ETV Bharat / state

ପରମ୍ପରା ପାଇଁ ପର କରିଦେଲା ପରିବାର, 2 ଦିନ ପଡିରହିଲା ମୃତଦେହ

ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା କୁଚେଇ ଗାଁରେ ଅଭାବନୀୟ ଘଟଣା । ପରମ୍ପରା ଆଳରେ ଦୁଇ ଦିନ ପଡି ରହିଲା ମୃତଦେହ ।

ପରମ୍ପରା ପାଇଁ ପର କରିଦେଲା ପରିବାର, 2 ଦିନ ପଡିରହିଲା ମୃତଦେହ

By

Published : Aug 16, 2019, 4:17 PM IST

Updated : Aug 16, 2019, 5:22 PM IST

ବାରିପଦା: ପରମ୍ପରା ନା ଅନ୍ଧବିଶ୍ବାସ । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା କୁଚେଇ ଗାଁରେ ଅଭାବନୀୟ ଘଟଣା । ପରମ୍ପରା ଆଳରେ ଦୁଇ ଦିନ ପଡି ରହିଲା ମୃତଦେହ ।

ପରମ୍ପରା ପାଇଁ ପର କରିଦେଲା ପରିବାର, 2 ଦିନ ପଡିରହିଲା ମୃତଦେହ

ମୃତ ମହିଳା ଜଣଙ୍କ ହେଉଛନ୍ତି ଜିଲ୍ଲାର କୁଳିଅଣା ଥାନା କୁଚେଇ ଗ୍ରାମର କାନ୍ଦରା ସୋରେନଙ୍କ ସ୍ତ୍ରୀ ପାର୍ବତୀ ସୋରେନ। 10 ବର୍ଷ ପୂର୍ବରୁ କାନ୍ଦରା ପାର୍ବତୀକୁ ପ୍ରେମ ବିବାହ କରିଥିଲେ। ପାର୍ବତୀ ଗତ କିଛି ଦିନ ହେବ ଜଣ୍ଡିସରେ ପୀଡିତ ଥିଲେ । ଗତକାଲି(ଗୁରୁବାର) ପାର୍ବତୀଙ୍କ ମୃତ୍ୟୁ ହୋଇଥିଲା । ମାତ୍ର ପଣ ଦିଆଯାଇନଥିବାରୁ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ଦିଆଯାଇନଥିଲା ।

ତେବେ ଆଦିବାସୀଙ୍କ ସାମାଜିକ ପ୍ରଥା ଅନୁଯାୟୀ ପୁଅ ଝିଅକୁ ବିବାହ କଲେ ପଣ ଦେବାକୁ ପଡିଥାଏ ପୁଅ ଘର ଲୋକଙ୍କୁ। କାନ୍ଦରାଙ୍କ ବିବାହର ଦଶ ବର୍ଷ ପରେ ମଧ୍ୟ ଝିଅ ଘରକୁ ପଣ ଦେଇନଥିଲେ । ଯେଉଁ କାରଣରୁ ପଣ ବାବଦକୁ ଝିଅ ଘର ଲୋକେ ପୁଅକୁ 25 ହଜାର ଟଙ୍କା ଦାବି କରିଥିଲେ। ମାତ୍ର 25 ହଜାର ଟଙ୍କା ଦେବାକୁ ଅକ୍ଷମ ହେବାରୁ ମୃତଦେହକୁ ଦୁଇ ଦିନ ହେବ ସେଠାରେ ପକାଇ ରଖାଯାଇଥିଲା ।

ଗତକାଲି(ଗୁରୁବାର) ଗାଁର ସରପଞ୍ଚ ମୃତକଙ୍କ ପରିବାର ସହ ଅପୋଷ ବୁଝାମଣା ପରେ ହରିଶ୍ଚନ୍ଦ୍ର ଯୋଜନାରୁ ତାଙ୍କୁ ଦୁଇ ହଜାର ଟଙ୍କା ଦେଇ ମୃତଦେହ ସତ୍କାର ପାଇଁ କହିଥିଲେ । ମାତ୍ର ଦୁଇ ପରିବାର ମଧ୍ୟରେ ଅପୋଷ ବୁଝାମଣା ନହେବାରୁ ଗତକାଲି(ଗୁରୁବାର)ଠାରୁ ଆଜି(ଶୁକ୍ରବାର) ପର୍ଯ୍ୟନ୍ତ ପଡିରହିଥିଲା ମୃତଦେହ। ତେବେ ଘଟଣାକୁ ନେଇ ଆଜି(ଶୁକ୍ରବାର) ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ ଘଟଣାସ୍ଥଳରେ ଅତିରିକ୍ତ ଏସପିଙ୍କ ସହ କୁଳିଅଣା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Aug 16, 2019, 5:22 PM IST

ABOUT THE AUTHOR

...view details