ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହୋଇଛି ବନ୍ୟଜନ୍ତୁ ଗଣନା । ଏହି ଗଣନା କାର୍ଯ୍ୟ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୮ଦିନ ଧରି ଚାଲିବ । ତେବେ ୧୭ଟି ରେଞ୍ଜର ୧୭୩ ବିଟରେ ଚାଲିଛି ବନ୍ୟଜନ୍ତୁ ଗଣନା । ପ୍ରତି ବର୍ଷ ବ୍ୟାଘ୍ର ପ୍ରକଳ୍ପ ଗୁଡିକରେ ଏହିପରି ଗଣନା କାର୍ଯ୍ୟ ହେଇଥାଏ । ଏସିଆର ଦ୍ୱିତୀୟ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ।
୨୭୫୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ହେଉଛି ଶିମିଳିପାଳ ଅଭୟାରଣ୍ୟ । ୨୨୦୦ ବର୍ଗ କି.ମି. ଅଞ୍ଚଳରେ ଇକୋଟୁରିଜିମ ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଅଭୟାରଣ୍ୟରେ ୫୫ ପ୍ରଜାତିର ପଶୁ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରଜାତିର ସରୀସୃପ, ୩୭ ପ୍ରକାର ମାଛ ଏବଂ ୧୦୭୬ ପ୍ରକାରର ଗଛ ଦେଖିବାକୁ ମିଳିଥାଏ ।
ନିକଟରେ ବିଭିନ୍ନ ଜଙ୍ଗଲରେ ଚାଲିଥିବା ମାଂସାସୀ ବନ୍ୟଜନ୍ତୁଙ୍କ ଗଣନା ମଧ୍ୟ ଶେଷ ହୋଇଛି । ଗଣନା ପରେ ବୌଦ୍ଧରେ କଲରାପତରିଆ ବାଘଙ୍କ ସହିତ ଅନ୍ୟାନ୍ୟ ମାଂସାସୀ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଆକଳନ କରାଯାଇଛି । ଜିଲ୍ଲାରେ କଲରାପତରିଆ ବାଘ ସହିତ ହେଟାବାଘ, ଭାଲୁ ସମେତ ବିଭିନ୍ନ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପାଦ ଚିହ୍ନକୁ ଭିତ୍ତି କରିବା ସହିତ ବିଭିନ୍ନ ଉପାୟ ଅବଲମ୍ବନ କରି ଗତ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଜାରି ରହିଥିଲା ।