ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା କୋଟିଶୋଳ ଗାଁରେ ଅଭାବନୀୟ ଘଟଣା । ସ୍ବାମୀର ଠେଙ୍ଗା ମାଡରେ ଜୀବନ ହାରିଛି ସ୍ତ୍ରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ।
ସୂଚନା ଅନୁସାରେ, ସ୍ବାମୀ ପୁଲିନ ମୁଣ୍ଡା ଅତ୍ୟଧିକ ମଦ୍ୟପାନ କଲାପରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଉଗ୍ର ରୂପ ନେଇଥିଲା । ଅତ୍ୟଧିକ ମଦ୍ୟପାନ କରିବାରୁ ପୁଲିନ ମୁଣ୍ଡା ମାନସିକ ଭାରସାମ୍ୟ ହରାଇ ଏକ ଠେଙ୍ଗା ଦ୍ବାରା ନିଜ ସ୍ତ୍ରୀ କୋଇଲି ମୁଣ୍ଢାକୁ ମୁଣ୍ଡରେ ଓ ଶରୀରରେ ବାରମ୍ବାର ପ୍ରହାର କରିଥିଲା ।