ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ 2 ଦିନିଆ ସଟଡ଼ାଉନ, ରାସ୍ତାଘାଟ ଶୁନଶାନ - 2-day shutdown in Mayurbhanjh

ସମସ୍ତ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲଗାଇ ଥିବାବେଳେ ଅନିର୍ଦ୍ଧିଷ୍ଟ କାଳ ପର୍ଯନ୍ତ ସପ୍ତାହନ୍ତ ଲକଡାଉନ ଘୋଷଣା କରିଛନ୍ତି । ଯାହାକୁ ନେଇ ଓଡିଶା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ କ୍ରମେ, ମୟୂରଭଞ୍ଜରେ ମଧ୍ୟ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ଜାରି ରହିଛି ।

ମୟୁରଭଞ୍ଜରେ 2ଦିନିଆ ସଟଡ଼ାଉନ
ମୟୁରଭଞ୍ଜରେ 2ଦିନିଆ ସଟଡ଼ାଉନ

By

Published : Apr 25, 2021, 11:00 AM IST

ବାରିପଦା: ରାଜ୍ୟରେ ଦ୍ରୁତ କୋରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲଗାଇ ଥିବାବେଳେ ଅନିର୍ଦ୍ଧିଷ୍ଟ କାଳ ପର୍ଯନ୍ତ ସପ୍ତାହନ୍ତ ଲକଡାଉନ ଘୋଷଣା କରିଛନ୍ତି । ଯାହାକୁ ନେଇ ଓଡିଶା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ କ୍ରମେ, ମୟୂରଭଞ୍ଜରେ ମଧ୍ୟ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ଜାରି ରହିଛି ।

ମୟୁରଭଞ୍ଜରେ 2ଦିନିଆ ସଟଡ଼ାଉନ

ମୟୂରଭଞ୍ଜର ବାରିପଦା, ଉଦଳା, ରାଇରଙ୍ଗପୁର ଓ କରଞ୍ଜିଆରେ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ଜାରି ରହିଛି। ଗତ ଶୁକ୍ରବାର ରାତି ୯ ଟାଠାରୁ ନାଇଟ କର୍ଫ୍ୟୁ ଆରମ୍ଭ ହୋଇ ସପ୍ତାହନ୍ତ ସଟଡାଉନରେ ସହରର ଦୋକାନ ବଜାର ସହ ବ୍ୟବସୟିକ ପ୍ରତିଷ୍ଠାନ ସବୁକିଛି ଶୁନଶାନ ରହିଥିବା ଦେଖିବାକୁ ମିଳିଛି।

ସହରରେ କେବଳ ହସ୍ପିଟାଲ, ଘରୋଇ ହସ୍ପିଟାଲ, କ୍ଲିନିକ ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଯୋଗାଉ ଥିବା ସଂସ୍ଥା ଗୁଡିକ ଖୋଲା ରହିଛି। ବାରିପଦା ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ତିନି ପ୍ଲାଟୁନ ପୋଲିସ ଫୋର୍ସ ସହ ପଚିଶ ଜଣ ଅଫିସର ନିୟୋଜିତ ଅଛନ୍ତି। ସହରରେ ପ୍ରାୟ ୧୦ ଟି ସ୍ଥାନରେ ପୁଲିସ ମୁତୟନ କରାଯାଇ ଯାତାୟାତ କରୁଥିବା ଜନସାଧାରଣ ଓ ଗାଡି ମୋଟର ଆଦି ଯାଞ୍ଚ ଜରାଯାଉଛି। ଜରୁରୀ କାର୍ଯ୍ୟରେ ଯାଉଥିବା ବ୍ୟକ୍ତି ବିଶେଷ ଙ୍କୁ ଛାଡି ଦିଆଯାଉଥିବା ବେଳେ ଅନ୍ୟମାନଙ୍କୁ ତାଗିଦ କରୁଛି ପୋଲିସ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details