ବାରିପଦା: ମୟୂରଭଞ୍ଜ ଜିଲ୍ଲା ପାଇଁ ଆସିଲା ଆଶ୍ବସ୍ତିକର ଖବର । ସୁବର୍ଣ୍ଣରେଖା ନଦୀରେ ବଢୁଥିବା ଜଳସ୍ତର କମିବାରେ ଲାଗିଛି ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବନାହିଁ । ତେବେ ଜଳସ୍ତର କ୍ରମଶଃ କମିବାରେ ଲାଗିଥିବା ସମ୍ପର୍କରେ ସରସକଣା ବିଡ଼ିଓ ସୂଚନା ଦେଇଛନ୍ତି ।
ବୁଢ଼ାବଳଙ୍ଗ ଓ ବୈତରଣୀ ପରେ ଏବେ ସୁବର୍ଣ୍ଣରେଖା ନଦୀ ମୟୂରଭଞ୍ଜ ଜିଲ୍ଲା ପାଇଁ ଚିନ୍ତା ବଢାଇଥିଲା। ଝରଖଣ୍ଡର ଗାଳିଦିହି ବ୍ୟରେଜ୍ ରେ ଗତକାଲି ପାଣି ଛାଡିବା ପରେ ବଢୁଥିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଜାମଶଳା ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲା ଜଳସ୍ତର। ସରସକଣା ବ୍ଳକର 3 ଟି ପଞ୍ଚୟତ ଶୀର୍ଷା, ପାଣ୍ଡରା ଓ ଭୁର୍ଶୁଣି ପଞ୍ଚୟତ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଥିଲା।