ଓଡିଶା

odisha

ETV Bharat / state

କୋରୋନା ପଜିଟିଭ ଚିହ୍ନଟ ପରେ ସାମାଜିକ ବାସନ୍ଦ ଅଭିଯୋଗ, ପ୍ରତିବାଦରେ ରାସ୍ତାରୋକ - ବାରିପଦାରେ ରାସ୍ତା ଅବରୋଧ

ଜିଲ୍ଲାର ମୋରଡା ବ୍ଲକ ଅନ୍ତର୍ଗତ ଇଦର ଗ୍ରାମରେ ଜଣେ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ପରେ ଗ୍ରାମବାସୀଙ୍କୁ ସାମାଜିକ ବାସନ୍ଦ ଅଭିଯୋଗ । ପ୍ରତିବାଦରେ ଗ୍ରାମବାସୀ ବାରିପଦା-ଚିତ୍ରଡା ରାସ୍ତା ଅବରୋଧ ।

Villegers Protest and Road blocked alleaged Social banned after found COVID-19 positive
କୋରୋନା ପଜିଟିଭ ଚିହ୍ନଟ ପରେ ସାମାଜିକ ବାସନ୍ଦ ଅଭିଯୋଗ, ପ୍ରତିବାଦରେ ରାସ୍ତାରୋକ

By

Published : Aug 13, 2020, 10:57 PM IST

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ ଅନ୍ତର୍ଗତ ଇଦର ଗ୍ରାମରେ ଜଣେ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ପରେ ଗ୍ରାମବାସୀଙ୍କୁ ସାମାଜିକ ବାସନ୍ଦ ଅଭିଯୋଗ । ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ ।

କୋରୋନା ପଜିଟିଭ ଚିହ୍ନଟ ପରେ ସାମାଜିକ ବାସନ୍ଦ ଅଭିଯୋଗ, ପ୍ରତିବାଦରେ ରାସ୍ତାରୋକ

ସରକାର ନାରା ଦେଉଛନ୍ତି ରୋଗକୁ ଘୃଣା କର ରୋଗୀ କୁ ନୁହେଁ କିନ୍ତୁ ବାସ୍ତବ ଚିତ୍ର କିଛି ଓଲଟା ଦେଖିବାକୁ ମିଳୁଛି। ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଇଦର ଗାଁରେ । ସୋମବାର ଏହି ଗାଁରୁ ଜଣେ କୋରୋନା ପଜିଟିଭ ଚିହ୍ନଟ ହେବାପରେ ପୋଡ଼ାଶୀ ଗ୍ରାମବାସୀ ଇଦର ବାସୀଙ୍କୁ ସାମାଜିକ ବାସନ୍ଦ କରିଥିବା ଅଭିଯୋଗ ହୋଇଛି ।

ଫଳରେ ବାରିପଦା-ଚିତ୍ରଡା ରାସ୍ତାର ବାରମାଇଲ ଛକରେ ଇଦର ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ପଡୋଶୀ ଗାଁ ଲୋକେ ପୋଖରୀରେ ଗାଧୋଇବା ପାଇଁ ବାରଣ କରିବା ସହ କୂଅରୁ ପାଣିନେବା ପାଇଁ ମନା କରୁଥିବା ଅଭିଯୋଗ ହୋଇଛି । ତା ସହ ଦୋକାନୀମାନେ ମଧ୍ୟ ସଉଦା ଦେବାକୁ ମଧ୍ୟ ଅରାଜି ହେଉଥିବା ଗ୍ରାମବାସୀ କହିଛନ୍ତି । ସବୁଠାରୁ ବଡ଼କଥା ହେଉଛି ଇଦର ଗାଁର ଶିଶୁ ମାନଙ୍କୁ ମଧ୍ୟ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ପୋଲିଓ ଟୀକା ଦେବାକୁ ମନା କରିଥିବା ସଙ୍ଗୀନ ଅଭିଯୋଗ ହୋଇଛି ।

ଅନ୍ୟପଟେ ଇଦର ଗ୍ରାମବାସୀ ଆଶାକର୍ମୀଙ୍କୁ ମାଡ ମାରିବା ସହ ଲହୁଲୁହାଣ କରିଥିବା ଅଭିଯୋଗ କରି କିଷାନ ତାଣ୍ଡି ହସ୍ପିଟାଲରେ ନ୍ୟାୟ ଅପେକ୍ଷାରେ ବସିଛନ୍ତି ଆଶାକର୍ମୀ ମିନା ମୁଖୀ । ଦୀର୍ଘ ତିନି ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ରାସ୍ତା ରୋକ ହେବାପରେ ଘଟଣାସ୍ଥଳରେ ବିଡ଼ିଓ, ତହସିଲଦାର ଓ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବୋରାଧ ହଟିଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details