ରାଇରଙ୍ଗପୁର: ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ରେଞ୍ଜ ଅଫିସ ଘେରାଉ କଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ଅଫିସ ଘେରିଲେ ଡୁମୁରିଆ ଗ୍ରାମବାସୀ । କ୍ଷୟକ୍ଷତି ଆକଳନ କରିବା ସହ ହାତୀ ଘଉଡେଇବା ପାଇଁ ଦାବି କରିଛନ୍ତି ।
ଗତ ତିନି ଚାରି ଦିନ ହେବ ଦୁଧିଆଣି ରେଞ୍ଜ ଡୁମୁରିଆ ଗ୍ରାମରେ 22 ଟିକିଆ ହାତୀ ପଲ ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ କରିଛନ୍ତି । ଏହାକୁ ନେଇ ଶତାଧିକ ମହିଳା ଏବଂ ପୁରୁଷ ଆସି ଦୁଧିଆଣି ରେଞ୍ଜ ଅଫିସ ସାମ୍ନାରେ ହୋ ହାଲ୍ଲା କରିଛନ୍ତି । ଏହା ସହ କ୍ଷୟକ୍ଷତି ସଠିକ ଆକଳନ କରି କ୍ଷତି ପୂରଣ ଦାବି ସହ ହାତୀ ଘଉଡେଇବା ପାଇଁ ବନବିଭାଗର ସହଯୋଗ ଦାବି କରିଛନ୍ତି । ସେହିପରି ରେଞ୍ଜ ଅଧିକାରୀ ଏବଂ କରଞ୍ଜିଆ ଥାନା ଅଧିକାରିଣୀଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳକୁ ପରିଦର୍ଶନ କରିଥିଲେ ।