ଓଡିଶା

odisha

ETV Bharat / state

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ପଡିଲା ତାଲା, ଗଛ ମୂଳରେ ବସିଲେ ପିଲା - ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଗୋହଳା ମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ । ସ୍କୁଲକୁ ଆସି ଗଛ ମୂଳରେ ବସିଲେ ପିଲା । ମଧ୍ୟାହ୍ନ ଭୋଜନ ନପାଇ ମୁଡି ମିକ୍ସର ଖାଇଲେ । ଅଧିକ ପଢନ୍ତୁ

ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ
ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

By

Published : Mar 16, 2023, 10:59 AM IST

ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ରାଇରଙ୍ଗପୁର: ଶିକ୍ଷକ ନିଯୁକ୍ତି ଦିବାରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ । ଡହଡହ ଖରାରେ ଗଛମୂଳେ ବସିଲେ ଛାତ୍ରଛାତ୍ରୀ । ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଗୋହଳା ମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସଭିଏଁ ପଢିବେ ସଭିଏଁ ବଢିବେ ସରକାର ନାରା ଦେଉଥିବା ବେଳେ ଶିକ୍ଷକ ନିଯୁକ୍ତି ନହେବାରୁ ଉତ୍ତ୍ୟକ୍ତ ହୋଇ ସ୍କୁଲରେ ତାଲା ପକାଇଛନ୍ତି ଗ୍ରାମବାସୀ ।

ସୂଚନାଅନୁସାରେ, ବିଗତ ଦିନରେ ଏହି ସ୍କୁଲକୁ ବିଭାଗୀୟ ଅଧିକାରୀମାନେ ଆସି ଶିକ୍ଷକ ନିଯୁକ୍ତି କରିବାର ପ୍ରତିଶ୍ରୁତି ଦେଇଥିଲେ । ତେବେ ୧ ବର୍ଷ ପରେ ମଧ୍ୟ ଶିକ୍ଷକ ନିଯୁକ୍ତି ନଦେବାରୁ ପୁଣିଥରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ପୁନର୍ବାର ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି । ୧୯୫୭ ମସିହାରେ ଏହି ଶିକ୍ଷାନୁଷ୍ଠାନଟି ଗଢି ଉଠିଥିଲା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଆଠଟି ଶ୍ରେଣୀରେ ରହିଛନ୍ତି ୧୧୧ ଛାତ୍ରଛାତ୍ରୀ । ତେବେ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ରହିଛନ୍ତି କେବଳ ୨ ଜଣ ଶିକ୍ଷୟିତ୍ରୀ । ସେଥି ମଧ୍ୟରୁ ଜଣେ ଅଫିସ କାମରେ ବ୍ୟସ୍ତ ରହିଥିବା ବେଳେ ଅନ୍ୟ ଜଣେ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇଥାନ୍ତି ।

ଏହାକୁ ନେଇ ଗତ ୨୦୨୧ ମସିହାରେ ସାରସକଣା ବ୍ଲକ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣାରେ ବସିଥିଲେ । ସେଠାରେ ସାରସକଣା ବ୍ଲକ ଶିକ୍ଷା ଗୋଷ୍ଠୀ ଅଧିକାରୀଣୀ ରାସମଣୀ ନାଏକ, ପୂର୍ବତନ BDO ଓ ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକ ପଦବୀ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ୧ ବର୍ଷ ପରେ ମଧ୍ୟ ଶିକ୍ଷକ ପଦବୀ ପୂରଣ ହେଉନଥିବା ଯୋଗୁଁ ପୁଣି ଥରେ ସ୍ଥାନୀୟ ଲୋକେ ସ୍କୁଲ ଗେଟରେ ତାଲା ପକେଇ ଦେଇଛନ୍ତି । ପିଲାମାନେ ସ୍କୁଲରେ ପଶି ନପାରି ପ୍ରବଳ ଖରାରେ ଗଛ ମୂଳେ ବସି ରହିଥିବାର ଦେଖିବାକୁ ମିଳିଥିଲା । ତେବେ ତୁରନ୍ତ ଶିକ୍ଷକ ନିଯୁକ୍ତି ନ କଲେ ଗାଁ ଲୋକେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପୁଣିଥରେ ଘେରାଉ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ସ୍କୁଲରେ ତାଲା ପକାଇଥିବା କାରଣରୁ ମଧ୍ୟାହ୍ନ ଭୋଜନ ତିଆରି ହୋଇପାରିନଥିଲା । ତେଣୁ ଅଭିଭାବକ ଓ ସ୍କୁଲର ଅଧ୍ୟକ୍ଷ ପିଲା ମାନଙ୍କୁ ମୁଢି ମିକ୍ସଚର ଖାଇବାକୁ ଦେଇଥିଲେ । ତେବେ ଏ ସମ୍ପର୍କରେ ସାରସକଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଅତି ଶୀଘ୍ର ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ବୋଲି କହିଛନ୍ତି । ତେବେ ସାରସକଣା ବ୍ଲକରେ ଅନେକ ସମୟରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଶିକ୍ଷା ଅଧିକାରୀଙ୍କ ଅପାରଗତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଗୋହଳା ମୁଣ୍ଡା ସ୍କୁଲରେ କେବେ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details