ଓଡିଶା

odisha

ETV Bharat / state

ଶିକ୍ଷୟିତ୍ରୀଙ୍କ ମନମୁଖୀ କାର୍ଯ୍ୟ: ଅକାରଣରେ ଛାତ୍ରୀଙ୍କୁ ମାଡ ଅଭିଯୋଗ, ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ - ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଶିକ୍ଷୟିତ୍ରୀଙ୍କ ମନମୁଖୀ କାର୍ଯ୍ୟ ଓ ଛାତ୍ରୀମାନଙ୍କୁ ମାଡ ମାରିଥିବା ଅଭିଯୋଗ । ଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ  ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ
ଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

By

Published : Apr 18, 2023, 7:40 AM IST

ଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ରାଇରଙ୍ଗପୁର: ସ୍କୁଲରେ ତାଲା ପକାଇଲେ ଗ୍ରାମବସୀ । ଛାତ୍ରୀଙ୍କୁ ମାଡ ସହ ଶିକ୍ଷୟିତ୍ରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧରେ ସ୍କୁଲରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇଲେ ଗ୍ରାମବସୀ । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଅସନା ଗ୍ରାମ ସ୍କୁଲରେ । ଅସନା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧ କରି ସ୍କୁଲ ତାଲ ପକାଇଛନ୍ତି ଗ୍ରାମବସୀ । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଲମା ହାଁସଦାଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଏହା ବି ପଢ଼ନ୍ତୁବାଇପାସ ନଥିବାରୁ ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା, ପ୍ରତିବର୍ଷ ସର୍ଭେ କରି ଭୁଲି ଯାଉଛି ପ୍ରଶାସନ

ଗ୍ରାମବାସୀଙ୍କ ଅଭିଯୋଗ: ଶିକ୍ଷୟିତ୍ରୀ ଗାଁ ସ୍କୁଲରେ ଦୀର୍ଘ ୧୮ ବର୍ଷ କାଳ ରହି କାର୍ଯ୍ୟ କରି ଆସୁଛନ୍ତି । ଫଳରେ ସେ ନିଜ ମନମୁଖୀ କାର୍ଯ୍ୟ କରୁଛନ୍ତି । ତାଙ୍କ ସ୍ବାମୀଙ୍କ ଦ୍ଵାରା ସ୍କୁଲ ଓ ହଷ୍ଟେଲ ପରିଚାଳିତ ହେଉଛି । ହଷ୍ଟେଲ ଛାତ୍ରୀମାନଙ୍କୁ ନିମ୍ନ ମାନର ଖାଦ୍ୟ ପରିବେଷଣ କରାଯାଉଛି । ଏହାର ପ୍ରତିବାଦ କଲେ ଛାତ୍ରୀମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସରକାରଙ୍କ ତରଫରୁ ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଅତ୍ୟାବଶ୍ୟକୀୟ ସାମଗ୍ରୀ ନ ଯୋଗେଇବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ତେବେ ଏସବୁ ସମସ୍ୟା ଗୁଡିକୁ ଦୃଷ୍ଟିରେ ରଖି ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ କିଛି ଦିନ ପୂର୍ବରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଥିଲେ ଗ୍ରାମବାସୀ । ଏପ୍ରିଲ ମାସ ୮ ତାରିଖ ଦିନ ବିଦ୍ୟାଳୟର ଚାରିଜଣ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଛାତ୍ରୀମାନେ ତାଙ୍କ ଅଭିଭାବକମାନଙ୍କୁ ଜଣାଇବା ପରେ ଛାତ୍ରୀଙ୍କୁ ସେଠାରୁ ଆଣି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଛାତ୍ରୀଙ୍କୁ ମାଡ ମାରିଥିବା ଘଟଣାକୁ ନେଇ ଅଭିଭାବକମାନେ ଗତ ୧୧ ତାରିଖରେ ରାଇରଙ୍ଗପୁର ଏସଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଏତେସବୁ ଘଟଣାକୁ ପରେ ମଧ୍ୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବାରୁ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ବିଦ୍ୟାଳୟରେ ତାଲା ପକାଇଛନ୍ତି । ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଘଟଣାକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରୀୟା ମିଳି ପାରି ନାହିଁ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details