ରାଇରଙ୍ଗପୁର:କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ରେଞ୍ଜ ଅଫିସ ଘେରିଲେ ଗିଧିବାସ ଗ୍ରାମବାସୀ। ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ୨୫ ଟିକିଆ ଝାଡ଼ଖଣ୍ଡି ହାତୀପଲ ମାଡି ଆସିଥିଲେ । ବ୍ୟାପକ ପରିମାଣରେ ଧାନଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଥିଲେ । ତେବେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ପ୍ରଥମେ ଦୁଧିଆଣି ରେଞ୍ଜ ଅଫିସ ଘେରାଓ କରିଥିଲେ ଗିଧିବାସ ଗାଁର ଲୋକେ ।
ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ରେଞ୍ଜ ଅଫିସ ଘେରିଲେ ଗ୍ରାମବାସୀ - ମୟୂରଭଞ୍ଜ ଖବର
କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ରେଞ୍ଜ ଅଫିସ ଘେରିଲେ ଗିଧିବାସ ଗ୍ରାମବାସୀ। ଅଧିକ ପଢନ୍ତୁ
ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ରେଞ୍ଜ ଅଫିସ ଘେରିଲେ ଗ୍ରାମବାସୀ
ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ରେଞ୍ଜ ଅଫିସ ଘେରିଲେ ଗ୍ରାମବାସୀ
କ୍ଷୟକ୍ଷତି ଆକଳନ କରିବାକୁ ରେଞ୍ଜ ଅଧିକାରୀଙ୍କୁ ଗାଁକୁ ଡାକି ନେଇଥିଲେ ଲୋକେ । ପରେ ସେଠାରେ ରେଞ୍ଜ ଅଧିକାରୀ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ । ତେବେ ଏଠାରେ ସୂଚନା ଯୋଗ୍ୟଯେ, ଏହି ୨୫ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଦୌରାତ୍ମରେ ଅତିଷ୍ଠ ହୋଇ ଏକ ମାସ ମଧ୍ୟରେ ଦୁଧିଆଣି ରେଞ୍ଜ କାର୍ଯ୍ୟାଳୟକୁ ଦୁଇ ଦୁଇ ଥର ଘେରାଓ କରାଯାଇଥିଲା । ଏହାସହ କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟକୁ ଥରେ ଘେରାଓ କରିଥିଲେ ତିନିଟି ଗାଁର ଲୋକେ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ