ଓଡିଶା

odisha

ETV Bharat / state

ରାସ୍ତା ନବୀକରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଉଦଳା-ବାଲେଶ୍ବର ରାସ୍ତା ନବୀକରଣ ଦାବିରେ ହାଟ ନୂଆଗାଁ ଛକ ଅବରୋଧ କଲେ ଗ୍ରାମବାସୀ । ଦୀର୍ଘ ସମୟ ଧରି ସେହି ରାସ୍ତାରେ ଖାଲଖମା ସୃଷ୍ଟି ହୋଇଥିବାବେଳେ ଅନେକ ଭାରିଯାନ ଯାତାୟତ କାରଣରୁ ଅନେକ ଥର ଦୁର୍ଘଟଣା ଘଟୁଥିଲା । ମାତ୍ର ପ୍ରଶାସନିକ ଅଧିକାରୀଙ୍କୁ ଏସମ୍ପର୍କରେ ଜଣାଇ ବିଫଳ ହେବା ପରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ ।

By

Published : Jul 5, 2019, 8:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ରାସ୍ତା ନବୀକରଣ ଦାବିରେ ଉଦଳା-ବାଲେଶ୍ଵର ରାସ୍ତାର ହାଟ ନୂଆଗାଁ ଛକ ଅବରୋଧ କଲେ ଗ୍ରାମବାସୀ । ଦୀର୍ଘ ଦିନ ଧରି ମୟୂରଭଞ୍ଜ ଜିଲ୍ଲା ଉଦଳା-ବାଲେଶ୍ବର ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏ ନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଗୁହାରୀ କରି ବିଫଳ ହେବା ପରେ ଶେଷରେ ରାସ୍ତା ଅବରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ । ଫଳରେ ସେହି ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାନୁସାରେ, ଉଦଳା-ବାଲେଶ୍ବର ରାସ୍ତାରେ ଖାଲଖମା ସୃଷ୍ଟି ହୋଇଥିବାବେଳେ ଏହାର ମରାମତି ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଏପରିକି ଉକ୍ତ ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଭାରିଯାନ ଯାତାୟତ ହୋଇଥାଏ । କିନ୍ତୁ ରାସ୍ତାର ଅବସ୍ଥା ଖରାପ ଥିବାରୁ ପଥଚାରୀ ତଥା ଛୋଟ ଛୋଟ ପିଲାମାନେ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଯାହାକୁ ନେଇ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ପୁର୍ତ୍ତ ବିଭାଗୀୟ ଅଧିକାରୀଙ୍କୁ ଗ୍ରାମବାସୀମାନେ ଅବଗତ କରାଇଥିଲେ । କିନ୍ତୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଛଡା କିଛି ମିଳିନଥିଲା । ଶେଷରେ ଆଜି ବାଧ୍ୟ ହୋଇ ରାସ୍ତା ଅବରୋଧ କରିବାର ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ ।

ଏହି ଆନ୍ଦୋଳନରେ ଗ୍ରାମର ଅନେକ ମହିଳା ସାମିଲ ହୋଇଥିଲେ । ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବା ସହ ଗ୍ରାମବାସୀ ଆମରଣ ଅନଶନ କରିବେ ବୋଲି ଚେତାବନି ଦେଇଛନ୍ତି । ସେପଟେ ଘଟଣାସ୍ଥଳରେ ଗୋପବନ୍ଧୁନଗର ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିବାବେଳେ କୌଣସି ସୁଫଳ ମିଳିନଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details