ଓଡିଶା

odisha

ETV Bharat / state

ଚେନ ଲୁଟେରାକୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ - mayurbhanja district news

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବଡଗୁମା ନିକଟରୁ ଦମ୍ପତିଙ୍କ ଠାରୁ ସୁନାଚେନ ଲୁଟ ଉଦ୍ୟମ କରି ଫେରାର ହେଉଥିବା ଲିଟେରା ଗିରଫ । ଅଧିକ ପଢନ୍ତୁ.....

ସୁନାଚେନ ଲୁଟେରାକୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ
ସୁନାଚେନ ଲୁଟେରାକୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

By

Published : Feb 1, 2021, 10:35 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବଡଗୁମା ନିକଟରୁ ଦମ୍ପତିଙ୍କ ଠାରୁ ସୁନାଚେନ ଲୁଟ ଉଦ୍ୟମ କରି ଫେରାର ହେଉଥିବା ବେଳେ ଲୁଟେରାଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ । ଦମ୍ପତି ବାଇକରେ ଯାଉଥିଲା ବେଳେ ଲୁଟେରା ଏପରି ଉଦ୍ୟମ କରିଥିବା ଜଣାପଡିଛି ।

ସୁନାଚେନ ଲୁଟେରାକୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ଘଟଣା ଅନୁସାରେ ସୋମବାର ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବଡଗୁମା-ତେନ୍ତୁଳି ଗାଁ ରାସ୍ତା ମଝିରେ ଏକ ଦମ୍ପତି ବାଇକରେ ଯାଉଥିବା ବେଳେ ବାଇକ ପଛରେ ବସିଥିବା ମହିଳାଙ୍କ ବେକରୁ ସୁନାଚେନ ଲୁଟି ପାଇଁ ଉଦ୍ୟମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଲୁଟେରା ।

ତେବେ ଲୁଟେରା ଜଣଙ୍କ ଅଭିନବ ଉପାୟରେ ନିଜ ବାଇକ ନମ୍ବର ପ୍ଲେଟରେ କାଦୁଅ ଲଗାଇ ସୁନା ଚେନ ଲୁଟ ଉଦ୍ୟମ କରି ଏକ ମଦ ଦୋକାନ ନିକଟରେ ଛିଡା ହୋଇଥିବା ବେଳେ ଗ୍ରାମବାସୀ ତାକୁ ଧରିବାରେ ସଫଳ ହୋଇଥିଲେ । ଲୁଟର ଶିକାର ହୋଇଥିବା ଦମ୍ପତି ଲୁଟେରାଙ୍କୁ ଚିହ୍ନିବା ପରେ ଗ୍ରାମବାସୀ ଲୁଟେରାଙ୍କୁ ଉତ୍ତମ ମଧ୍ୟମ ଦେବାପରେ ପୋଲିସ ଜିମା ଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ ବୈଶିଙ୍ଗା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details