ଓଡିଶା

odisha

ETV Bharat / state

ପୋଲିସକୁ ଦେଖି ତାତିଲେ ଲୋକେ; ଗାଡି ଭାଙ୍ଗିଲେ, ମାଡ ମାରିଲେ

ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଦେୱାନବାହାଳି ଗ୍ରାମରେ ଚାଲିଥିବା ଚଇତି ପର୍ବ ବନ୍ଦ କରିବାକୁ ଯାଇ ପୋଲିସ ହଟହଟା ଅଭିଯୋଗ । ଅଧିକ ପଢନ୍ତୁ...

By

Published : May 2, 2021, 2:49 PM IST

ଗାଡି ଭାଙ୍ଗିଲେ, ମାଡ ମାରିଲେ
ଗାଡି ଭାଙ୍ଗିଲେ, ମାଡ ମାରିଲେ

ବାରିପଦା: କୋଭିଡ ନିୟମ ଉଲ୍ଲଂଘନ କରି ଚାଲିଥିବା ଚଇତି ପର୍ବ ବନ୍ଦ କରିବାକୁ ଯାଇ ପୋଲିସ ହଟହଟା ଅଭିଯୋଗ । ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହେବା ସହିତ ପୋଲିସ ଗାଡି ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଦେୱାନବାହାଳି ଗ୍ରାମରେ ।

ପୋଲିସ ଗାଡି ଭାଙ୍ଗିଲେ ଲୋକେ

ଗତକାଲି(ଶନିବାର) ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଦେୱାନବାହାଳି ଗ୍ରାମରେ ଚଇତି ପର୍ବ ପାଳନ ହେଉଥିବା ବେଳେ କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ହଜାର ହଜାର ଲୋକ ଏକଜୁଟ୍ ହୋଇଥିବା ଖବର ପାଇଥିଲା ପୋଲିସ । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ପୋଲିସ ଗାଡିକୁ ଦେଖି ତାତିଥିଲେ ଲୋକେ ।

ଏହା ପରେ ଯିଏ ଯେପରି ପାରିଲା ପୋଲିସ ଉପରକୁ ଆକ୍ରମଣ କରିବାକୁ ଲାଗିପଡିଲେ । କିଏ ପୋଲିସ ଗାଡି ଉପରେ ଚଢି ଭଙ୍ଗାରୁଜା କରୁଛି ତ ଆଉ କିଏ ଗାଡିର କାଚ ଭାଙ୍ଗିବାରେ ଲାଗିଥିଲା । ଏହା ସହିତ ପୋଲିସଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ୫ ହଜାରରୁ ଉର୍ଦ୍ଧ୍ବ ଲୋକ ଏକତ୍ରିତ ହୋଇ ପୋଲିସ ଉପରକୁ ଆକ୍ରମଣ କରିଥିବା ବେଳେ ପୋଲିସ ଗାଡିକୁ ଭାଙ୍ଗି ଚୁରମାର କରିଦେଇଛନ୍ତି ।

ଘଟଣାସ୍ଥଳକୁ ଯାଇଥିବା ପୋଲିସ କର୍ମଚାରୀମାନେ ନିଜ ଜୀବନ ବଞ୍ଚାଇ ଘଟଣାସ୍ଥଳରୁ ଖସି ଆସିଥିଲେ । ଏହି ଆକ୍ରମଣରେ ଶରତ ଥାନାର ଏଏସଆଇ ବିଶ୍ବଜିତ୍ ଦାସମହାପାତ୍ର ଗୁରୁତର ହୋଇଥିବାବେଳେ ଜଣେ ହୋମଗାର୍ଡ ଏବଂ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି । ଗୁରୁତର ଏଏସଆଇ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details