ମୟୁରଭଞ୍ଜ:ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ଘଡେଇ । ସୂଚନା ଅନୁଯାୟୀ ବଡସାହି ବ୍ଲକ ପୁର୍ବରୁ ଗୋପବନ୍ଧୁନଗର ବ୍ଲକରେ କାର୍ଯ୍ୟରତ ଥିଲେ । ସେଠାରେ ଆରପଟା ଗ୍ରାମରେ ଥିବା 5T ଯୋଜନାରେ ନିର୍ମିତ ଟିକାୟତପୁର ସରକାରୀ ମହିଳା ଆଶ୍ରମ ବିଦ୍ୟାଳୟର ବାକି ରହିଥିବା ବିଲ୍ ପାସ କରାଇବା ପାଇଁ ରଞ୍ଜନ କୁମାର ପରିଡା ନାମକ ଜଣେ ଠିକାଦାରଙ୍କ ପାଖରୁ 65 ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏନେଇ ଭିଜିଲାନ୍ସ ହାତରେ ଆଜି ସନ୍ଧ୍ୟାରେ ଧରା ପଡ଼ିଛନ୍ତି ।
ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଦ୍ୱାରା ଗିରଫ - ଟିକାୟତପୁର ସରକାରୀ ମହିଳା ଆଶ୍ରମ ବିଦ୍ୟାଳୟ
ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ଘଡେଇ 65 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି। ଅଧିକ ପଢନ୍ତୁ
vigilance caught junior engineer
ତେବେ ଖୁଣ୍ଟା ଥାନା ଅଧିନ ଯୋଡ଼ାବଣି ଠାରେ ସେ ଏହି ଲାଞ୍ଚଟଙ୍କା ନେଉଥିଲା ବେଳେ ଭିଜିଲାନ୍ସ ବିଭାଗ ତାଙ୍କ ଗାଡିରୁ ଏହି ଟଙ୍କା ଉଦ୍ଧାର କରିଥିଲେ। ଏନେଇ ବାଲେଶ୍ବର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ଯନ୍ତ୍ରୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ, ମୟୁରଭଞ୍ଜ