ଓଡିଶା

odisha

ETV Bharat / state

ପୋଲତଳୁ ଅଜଣା ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନ ଗଢ଼ ନିକଟସ୍ଥ ଖଡଖାଇ ଅଞ୍ଚଳରେ ପୋଲ ତଳୁ ଅଜଣା ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ପଥର ଚଟାଣ ଉପରେ ମୁହଁ ମାଡି ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଛି ।

By

Published : Oct 1, 2019, 2:16 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଖଡଖାଇ ପୋଲ ତଳୁ ଅଜଣା ଯୁବକଙ୍କ ମୃତଦେହ ଠାବ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନ ଗଢ଼ ନିକଟସ୍ଥ ଖଡଖାଇ ଅଞ୍ଚଳରେ । ସୂଚନା ଅନୁଯାୟୀ ରାଇରଙ୍ଗପୁର ସହରର ଗଢ଼ ନିକଟରେ ଥିବା ଖଡ଼ଖାଇ ପୋଲ ତଳେ ଏକ ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ପଥର ଚଟାଣ ଉପରେ ମୁହଁ ମାଡି ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଛି । ପୋଲ ଉପରେ ଏକ ସାଇକେଲ ମଧ୍ୟ ରହିଛି । ଯୁବକ ଜଣକ ଆତ୍ମହତ୍ୟା କରିଥାଇପାରନ୍ତି ନଚେତ କେହି ତାଙ୍କୁ ପୋଲ ଉପରୁ ତଳକୁ ଠେଲି ଦେଇଥିବାର ସନ୍ଦେହ କରାଯାଉଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ତେବେ ଯୁବକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନଥିବାବେଳେ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି । ଏ ନେଇ ରାଇରଙ୍ଗପୁର ଟାଉନ ପୋଲିସ ମୃତଦେହ ଓ ସାଇକେଲକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details