ବାରିପଦା: ଭାରତ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ନୂତନ ଭାବେ ସାମିଲ ହୋଇଥିବା କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଆଜି ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଛି ।
ବୁଧବାର ବାରିପଦା ସର୍କିଟ ହାଉସରୁ ବାହାରି ନିଜ ଜନ୍ମମାଟି ମୋରଡ଼ା ବ୍ଲକ ଖୁଣ୍ଟାପାଳ ଗାଁ କୁ ଆସିବା ଆସିବା ବାଟରେ ଶଙ୍ଖାଭଙ୍ଗା, ନିଚୁଆପଦା, ବରମାଇଲ ଓ ଚିତ୍ରଡା ଠାରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ତେବେ ଚିତ୍ରଡା ବଜାର ଛଉ ପ୍ୟାଣ୍ଡେଲ ଠାରେ ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ଚିତ୍ରଡା ଗ୍ରାମର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୧୧ ଜଣଙ୍କୁ କେନ୍ଦ୍ରମନ୍ତ୍ରୀ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟ ସରିବା ପରେ ଚିତ୍ରଡା ଉତ୍ତର ସାହି ଓ ଦକ୍ଷିଣ ସାହି ପକ୍ଷରୁ ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟ ପ୍ରଦର୍ଶିତ ହୋଇଥିଲା।