ବାରିପଦା: ଦିନିକିଆ ମୟୂରଭଞ୍ଜ ଗସ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଶୁକ୍ରବାର ଦୁଇ ବିଜେପି ନେତା ବାରିପଦାରେ ପହଞ୍ଚିବା ପରେ ପାଲବଣି ନିକଟରେ ମୟୂରଭଞ୍ଜ ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦୁଇ ନେତାଙ୍କ ସହ ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ଵର ଟୁଡୁ ଓ ବାରିପଦା ବିଧାୟକ ପ୍ରକାଶ ସରେନ ପ୍ରମୁଖ ଯୋଗଦେଇଥିଲେ ।
ଦିନିକିଆ ମୟୁରଭଞ୍ଜ ଗସ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଅପରାଜିତା ଷଡ଼ଙ୍ଗୀ - Union Minister Pratap Sadangi visit mayurbhanj
ଦିନିକିଆ ମୟୂରଭଞ୍ଜ ଗସ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ମୟୂରଭଞ୍ଜ ଗସ୍ତରେ ଦୁଇ ବିଜେପି ନେତା ଆସି ବାରିପଦା ସହର ଭୁଗୁଡାକଟାରେ ରାମମନ୍ଦିରର ଭୂମିପୂଜନ କରିଛନ୍ତି । ଅଧିକ ପଢନ୍ତୁ...
![ଦିନିକିଆ ମୟୁରଭଞ୍ଜ ଗସ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଅପରାଜିତା ଷଡ଼ଙ୍ଗୀ ମୟୂରଭଞ୍ଜରେ ନବନିର୍ମିତ ରାମମନ୍ଦିର ଭୂମିପୂଜନ](https://etvbharatimages.akamaized.net/etvbharat/prod-images/768-512-9684245-883-9684245-1606476448349.jpg)
ତେବେ ପାଲବଣିରୁ ଏକ ବିରାଟ ରାଲିରେ ସହର ପରିକ୍ରମା କରି ବାରିପଦା ମାଆ ଅମ୍ବିକା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପରେ ବାରିପଦା ସହର ଭୁଗଡାକଟା ଠାରେ ହେବାକୁ ଥିବା ନବନିର୍ମିତ ରାମମନ୍ଦିର ଭୂମିପୂଜନ ଉତ୍ସବରେ ଯୋଗ ଦେଇଥିଲେ । ବାରିପଦା ସହରରେ ଭୁଗୁଡାକଟା ଠାରେ ଶୁକ୍ରବାର ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମକୁ ଆଗକୁ ଆଗେଇନେବା ପାଇଁ ପ୍ରତ୍ୟେକଙ୍କୁ ଆଗକୁ ଆସିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ସେପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ପ୍ରତ୍ୟେକେ ଜୀବନରେ ପ୍ରାଥମିକ ଦେବା ଦରକାର ବୋଲି କହିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ
TAGGED:
ମୟୂରଭଞ୍ଜରେ ଦୁଇ ବିଜେପି ନେତା