ରାଇରଙ୍ଗପୁର :ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଜଙ୍ଗଲରୁ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଠାବ(unidentified girl dead body) । ତେବେ ଯୁବତୀଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ସୂଚନାପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ମୃତ ଯୁବତୀଙ୍କ କୌଣସି ପରିଚୟ ମିଳିନଥିବାବେଳେ ପ୍ରାଥମିକ ତଦନ୍ତରୁ ତାଙ୍କ ବୟସ ୨୨ ରୁ ୨୩ ବର୍ଷ ବୋଲି ଅନୁମାନ କରାଯାଉଛି ।
ଜଙ୍ଗଲ ଭିତରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ଜଙ୍ଗଲ ଭିତରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର
ମୟୂରଭଞ୍ଜ ଖଣ୍ଡବନ୍ଧ ଜଙ୍ଗଲରୁ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଠାବ । ହତ୍ୟା ବୋଲି ସନ୍ଦେହ କରୁଛି ପୋଲିସ । ଅଧିକ ପଢନ୍ତୁ
ଜଙ୍ଗଲ ଭିତରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଜଙ୍ଗଲ ଭିତରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଚପଲ ପଡ଼ିଥିବା ସ୍ଥାନରୁ ଘୋଷାରି ନେଇ ୫୦ ଫୁଟ ଦୂରରେ ପକାଯାଇଛି ମୃତଦେହ ଏବଂ ବେକରେ ଦାଗ ଥିବାରୁ ଏହା ହତ୍ୟା ବୋଲି ସନ୍ଦେହ କରୁଛି ପୋଲିସ । ଘଟଣାସ୍ଥଳରେ ରାଇରଙ୍ଗପୁର ଏଏସପି ମନୋରଞ୍ଜନ ବିଶ୍ବାଳ, ସାଇଣ୍ଟିଫିକ ଟିମ୍, କରଞ୍ଜିଆ ଏସଡ଼ିପିଓ ଏବଂ ଠାକୁରମୁଣ୍ଡା ଥାନାଧିକାରିଣୀ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇଥିବା ସୂଚନା ରହିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ
Last Updated : Jan 20, 2022, 12:03 PM IST