ଓଡିଶା

odisha

ETV Bharat / state

ଅଜଣା ମୃତଦେହକୁ ଅଧାପୋତା ଅବସ୍ଥାରେ ଛାଡି ଚାଲିଗଲା ପୋଲିସ

କରଞ୍ଜିଆ ପୋଲିସ ଘଟଣାସ୍ଥଳରୁ ଉକ୍ତ ଗଳିତ ମୃତଦେହକୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ସତ୍କାର କରିବା ପାଇଁ ନେଇଯାଇଥିଲେ। ହେଲେ ଏକ ଅଜଣା ମୃତଦେହ ହୋଇଥିବାରୁ ମୃତଦେହକୁ ଅସମ୍ମାନ କରିଛି କରଞ୍ଜିଆ ପୋଲିସ।

By

Published : Jul 26, 2020, 11:56 PM IST

ଅଜଣା ମୃତଦେହକୁ ଅଧାପୋତା ଅବସ୍ଥାରେ ଛାଡି ଚାଲିଗଲା ପୋଲିସ
ଅଜଣା ମୃତଦେହକୁ ଅଧାପୋତା ଅବସ୍ଥାରେ ଛାଡି ଚାଲିଗଲା ପୋଲିସ


ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଘୋଡାଘାଗୁରି ଗ୍ରାମ ନିକଟରେ ଦେଖିବାକୁ ମିଳିଛି ଅମାନବୀୟ ଘଟଣା। କାଦଡିହା ଗ୍ରାମ ଜଙ୍ଗଲ ନିକଟରେ ଏକ ଅଜଣା ବୃଦ୍ଧଙ୍କ ଗଳିତ ମୃତଦେହ ପଡିଥିବାର ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କରଞ୍ଜିଆ ପୋଲିସ ଘଟଣାସ୍ଥଳରୁ ଉକ୍ତ ଗଳିତ ମୃତଦେହକୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ସତ୍କାର କରିବା ପାଇଁ ନେଇଯାଇଥିଲେ। ହେଲେ ଏକ ଅଜଣା ମୃତଦେହ ହୋଇଥିବାରୁ ମୃତଦେହକୁ ଅସମ୍ମାନ କରିଛି କରଞ୍ଜିଆ ପୋଲିସ।

ଅଜଣା ମୃତଦେହକୁ ଅଧାପୋତା ଅବସ୍ଥାରେ ଛାଡି ଚାଲିଗଲା ପୋଲିସ

ମୃତଦେହ ସମ୍ମାନ ଜଣାଇ ସତ୍କାର କରିବା ବଦଳରେ ଏକ ପଲିଥିନରେ ବାନ୍ଧି ଲୋକେ ଯିବା ଆସିବା କରୁଥିବା ରାସ୍ତା କଡରେ ମାତ୍ର ଚାଖଣ୍ଡେ ଗାତ ଖୋଳି ସତ୍କାର କରିଥିଲେ। ପୋଲିସର ଏପରି କାର୍ଯ୍ୟ କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଆଲୋଚନା ହେଉଛି ।

କିଛି ଦିନ ପୂର୍ବରୁ ଜଣେ ଭିନ୍ନକ୍ଷମ ମାନସିକ ବିକୃତ ମହିଳାଙ୍କୁ ଉଦ୍ଧାର କରି ମାନବିକତା ଦେଖାଇ ଥିବା କରଞ୍ଜିଆ ପୋଲିସର ଏପରି କାର୍ଯ୍ୟକୁ ଲୋକେ ନାପସନ୍ଦ କରୁଛନ୍ତି । ତେବେ ଏସମ୍ପର୍କରେ କରଞ୍ଜିଆ ଥାନାଧିକାରୀଙ୍କୁ ପଚାରିବାରୁ ସେ ଏସମ୍ପର୍କରେ କିଛି ଜାଣି ନଥିବା କଥା କହୁଥିବା ବେଳେ ଯଦି ସେପରି ହୋଇଥାଏ ତେବେ ସେ ସଙ୍ଗେ ସଙ୍ଗେ ସୁଇପର ଡାକି ମୃତଦେହ ପୋତିବାର ବ୍ୟବସ୍ଥା କରିବେ ବୋଲି ସୂଚନା ଦେଇଛନ୍ତି।

ତେବେ ଏପରି କରୋନା ମହାମାରୀ ସମୟରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ରାସ୍ତା କଡରେ ମୃତଦେହ ଦେଖି ଅଜଣା ଭୟ ମଧ୍ୟରେ ରହୁଛନ୍ତି ପାଖପଡ଼ୋଶୀ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details