ଓଡିଶା

odisha

ଜାତୀୟ ସେବା ଯୋଜନାରେ ସମ୍ମାନିତ ହେଲେ ମୟୂରଭଞ୍ଜର ଦୁଇ ସ୍ଵେଛାସେବୀ

ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଦୁଇ ସ୍ବେଛାସେବୀ ଙ୍କୁ ମହାମହିମ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲାର ଦୁଇ ଜଣ ସ୍ୱେଚ୍ଛାସେବୀ ଦିବ୍ୟାନୀ ଓ ପ୍ରଭଞ୍ଜନ। ଅଧିକ ପଢନ୍ତୁ...

By

Published : Sep 25, 2020, 9:02 PM IST

Published : Sep 25, 2020, 9:02 PM IST

ଜାତୀୟ ସେବା ଯୋଜନାରେ ସମ୍ମାନିତ ହେଲେ ମୟୂରଭଞ୍ଜର ଦୁଇ ସ୍ଵେଛାସେବୀ
ଜାତୀୟ ସେବା ଯୋଜନାରେ ସମ୍ମାନିତ ହେଲେ ମୟୂରଭଞ୍ଜର ଦୁଇ ସ୍ଵେଛାସେବୀ

ବାରିପଦା: ଚଳିତ ବର୍ଷ ଜାତୀୟ ସେବା ଯୋଜନାରେ ସମ୍ମାନିତ ହେଲେ ଓଡ଼ିଶାର ଦୁଇ ସ୍ଵେଛାସେବୀ । ଏହି ସ୍ବେଚ୍ଛାସେବୀ ଦୁଇ ଜଣ ହେଲେ ବାରିପଦା ସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଏମ୍.ପି.ସି ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଦିବ୍ୟାନୀ ବେହେରା ଓ ସୀମାନ୍ତ ମହାବିଦ୍ୟାଳୟର ଛାତ୍ର ପ୍ରଭଞ୍ଜନ ମଣ୍ଡଳ। ସମଗ୍ର ଦେଶରେ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ଚୟନ ହୋଇଥିବା ସର୍ବଶ୍ରେଷ୍ଠ ୩୦ଜଣ ସ୍ବେଛାସେବୀ ମାନଙ୍କୁ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ପ୍ରତିବର୍ଷ ସେପ୍ଟେମ୍ବର ୨୪ ତାରିଖ ତଥା ଜାତୀୟ ସେବା ଯୋଜନା ଦିବସରେ ସମ୍ମାନିତ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ପାଇଁ ଗୁରୁବାର ରାଷ୍ଟ୍ରପତି ଭବନରୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ନିୟୁଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରୁ ରାଷ୍ଟ୍ରୀୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜି ଓ ସଚିବ ଉଷା ଶର୍ମା ଆୟୋଜିତ ଭିଡ଼ିଓ କନ୍ଫରେନସିଂ ଜରିଆରେ ଓଡ଼ିଶାର ଏହି ଦୁଇ ସ୍ବେଛାସେବୀଙ୍କୁ ଭୁବନେଶ୍ୱର ସ୍ଥିତ ଜାତୀୟ ସୂଚନା ଭବନରେ ସମ୍ମାନିତ କରିଛନ୍ତି।

ଜାତୀୟ ସେବା ଯୋଜନାରେ ସମ୍ମାନିତ ହେଲେ ମୟୂରଭଞ୍ଜର ଦୁଇ ସ୍ଵେଛାସେବୀ

ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସର୍ବଭାରତୀୟ ସ୍ତରରେ ଜାତୀୟ ସେବା ଯୋଜନାରେ ଉତ୍କର୍ଷତା କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଏହି ଦୁଇ ସ୍ବେଛାସେବୀ ସମ୍ମାନିତ ହୋଇ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ମୟୁରଭଞ୍ଜ ଜିଲ୍ଲାର ନାମ ରଖିଛନ୍ତି। ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ସ୍ବେଚ୍ଛାସେବୀଙ୍କ ପାଇଁ ପ୍ରସଂଶାର ସୁଅ ଛୁଟିଛି । ପୂର୍ବରୁ ୫ବର୍ଷରେ ଲଗାତାର ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ୬ ଜଣ ସ୍ବେଚ୍ଛାସେବୀ ଓ ୨ ଜଣ କାର୍ଯ୍ୟକ୍ରମ ଅଧିକାରୀ ଏହି ପୁରସ୍କାରରେ ପୁରସ୍କୃତ ହୋଇଥିବା ସହ ସେବା କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ଗର୍ବ ମଧ୍ୟ ହାସଲ କରିଛି।

ସ୍ବେଛାସେବୀ ମାନଙ୍କ ଏହି ସଫଳତା ପାଇଁ ଉତ୍ତର ସ୍ବେଛାସେବୀଙ୍କ ସଫଳତା ପଛରେ ଥିବା କେନ୍ଦ୍ର ସରକାରଙ୍କ ଭୁବନେଶ୍ୱର ଆଞ୍ଚଳିକ ନିର୍ଦେଶକ ଆର. ସାଇଦା ନାୟକ, ରାଜ୍ୟ ସରକାରଙ୍କ ଡେପୁଟି ସେକ୍ରେଟାରୀ ତଥା ରାଜ୍ୟ ଏନଏସଏସ ଅଧିକାରୀ ଡ଼ଃ ସୁରେଖା ସୁନ୍ଦରୀ ସ୍ୱାଇଁ, ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ ଚାନ୍ଦ, କୂଳସଚିବ ପ୍ରଫେସର ପ୍ରମୋଦ କୁମାର ଶତପଥୀ, ଏନଏସଏସ ସଂଯୋଜିକା ଉଷା ଶତପଥୀ, ଡିପିଓ ଡ଼ଃ ଶୁଭେନ୍ଦୁ କୁମାର ଦାସ ସହ କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ଦେବେଶ ଶଙ୍କର ହୋତା, ଡ଼ଃ ପ୍ରିୟବ୍ରତ ବେହେରା, ଡ଼ଃ ଆଲବେଣ୍ଟିନା ତିର୍କୀ, ଡ଼ଃ ଅନାମ ରାଉଳ, ଜୟନ୍ତୀ ସିଂ, ବିଶ୍ୱଜିତ ସିଂ, ବାରିପଦା ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ତରୁଣ କୁମାର ଓଝା, ବାପା-ମା ଓ ସାଙ୍ଗସାଥିଙ୍କର ସହଯୋଗ ପାଇଁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details