ଓଡିଶା

odisha

ETV Bharat / state

ବାରିପଦାରେ ପ୍ରତିଷ୍ଠା ହେବ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ - ଅକ୍ସିଜେନ ପ୍ଲାଣ୍ଟ

ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ପ୍ରତିଷ୍ଠା ହେବ ଦୁଇଟି ଲିକ୍ବିଡ ଅକ୍ସିଜେନ ପ୍ଲାଣ୍ଟ ଯାହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ...

two-oxygen-plants-to-be-established-in-baripada-pandit-raghunath-murmu-hospital
ବାରିପଦାରେ ପ୍ରତିଷ୍ଠା ହେବ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ

By

Published : Jun 19, 2021, 7:24 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ପଣ୍ଡିତ ରଘୁନାଥ ମେଡ଼ିକାଲ କଲେଜରେ ପ୍ରତିଷ୍ଠା ହେବ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ । ଭର୍ଚ୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବାରିପଦାରେ ପ୍ରତିଷ୍ଠା ହେବ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ

ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ନୂତନ ଭାବେ ପ୍ରତିଷ୍ଠା ହେବ ଦୁଇଟି ଲିକୁଇଡ଼ ଅକ୍ସିଜେନ ପ୍ଲାଣ୍ଟ । ଏ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରୁ ଭର୍ଚୁଆଲ ମାଧ୍ୟରେ ସନ୍ଧ୍ୟାରେ ଶିଳାନ୍ୟାସ କରିଛନ୍ତି । ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ହୋଇଛି କାର୍ଯ୍ୟକ୍ରମ।

ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ରୋଗୀଙ୍କ ଅକ୍ସିଜେନ ଅଭାବ ଦୂର ହେବ। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ବାଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରୂପଭାନୁ ମିଶ୍ର, ମୋରଡ଼ା ବିଧାୟକ ରାଜ କିଶୋର ଦାସ, ରାଜ୍ୟସଭା ସାଂସଦ ମମତା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଜିଲ୍ଲାବାସୀ ବିଭିନ୍ନ ସମୟରେ ଦାବି କରିଥିଲେ ତେଣୁ ଶିଳାନ୍ୟାସ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details