ରାଇରଙ୍ଗପୁର: ଟ୍ରେନରୁ ଉଦ୍ଧାର ହେଲେ ଦୁଇ ନାବାଳକ ଛାତ୍ର । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବହଳଦା ରୋଡ ରେଳ ଷ୍ଟେସନରୁ ଟାଟା-ବାଦାମପାହାଡ ଟ୍ରେନରୁ ଦୁଇ ନାବାଳକ ଉଦ୍ଧାର କଲା ପୋଲିସ । ସମ୍ପର୍କୀୟଙ୍କ ଘରକୁ ଯିବା ଉଦ୍ଦେଶ୍ୟରେ ବସିଥିବା ଦୁଇ ଆଦିବାସୀ ନାବାଳକଙ୍କୁ ଉଦ୍ଧାର କରିଛି ଝରାଡିହି ଫାଣ୍ଡି ପୋଲିସ । ତେବେ ଜଣେ ନାବାଳକକୁ ଆଠ ବର୍ଷ ଓ ଅନ୍ୟ ଜଣେ ଦଶ ବର୍ଷର ହୋଇଥିବା ସୂଚନା ରହିଛି ।
ଅଧିକ ପଢ଼ନ୍ତୁ: Amit Shah Visit Odisha: ଧାମନଗରରେ ହେବ ସାଧାରଣ ସଭା, ଦଳୀୟ ନେତାଙ୍କ ବଢାଇବେ ଜୋଶ
ସୂଚନା ଅନୁସାରେ, ନାବାଳକ ଦୁଇ ଜଣ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଉସ୍କି ଆଶ୍ରମ ସ୍କୁଲର ଛାତ୍ର । ତେବେ ସ୍କୁଲରେ କାହାରିକୁ କିଛି ନ ଜଣାଇ ଟାଟା ନଗରସ୍ଥିତ ପିଉସି ଘରକୁ ଯିବା ଉଦ୍ଦେଶ୍ୟରେ ବାଦାମପାହାଡ ପହଞ୍ଚିଥିଲେ । ପରେ ବାଦାମପାହାଡ ଷ୍ଟେସନ ଯାଇ ସେଠାରୁ ଟାଟା-ବାଦାମପାହାଡ ପାସେଞ୍ଜର ଟ୍ରେନରେ ଚଢି ଯାଇଥିଲେ । ତେବେ ଆଶ୍ରମ ସ୍କୁଲରେ ଉକ୍ତ ଛାତ୍ର ଦୁଇ ଜଣ ନଥିବାରୁ ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ଉକ୍ତ ନାବାଳକଙ୍କୁ ଖୋଜାଖୋଜି ଆରମ୍ଭ କରାଯାଇଥିଲା । କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଟ୍ରେନରେ ଦୁଇ ଜଣ ଛାତ୍ର ଚଢିଥିବା ଜଣା ପଡ଼ିବା ପରେ ପ୍ରଥମେ ରାଇରଙ୍ଗପୁର ରେଳ ଷ୍ଟେସନ ଓ ପରେ ବହଳଦାରୋଡ ଷ୍ଟେସନକୁ ଖବର ଦିଆଯାଇଥିଲା । ବହଳଦାରୋଡ ଷ୍ଟେସନ ମାଷ୍ଟରଙ୍କ ତତ୍ତ୍ବାବଧାନରେ ରେଳ କର୍ମଚାରୀମାନେ ନାବାଳକ ଦୁଇଜଣଙ୍କୁ ଉଦ୍ଧାର କରି ଷ୍ଟେସନରେ ରଖିଥିଲେ ।