ଓଡିଶା

odisha

By

Published : Aug 26, 2022, 1:47 PM IST

ETV Bharat / state

ହାତୀ ଆକ୍ରମଣରେ ମୃତ ଦୁଇ ପରିବାରକୁ ଭେଟିଲେ ବିଜେପି ଓ ବିଜେଡି ନେତା

ରାସଗୋବିନ୍ଦପୁର ରେଞ୍ଜ ଓ ବେତନଟି ରେଞ୍ଜରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ଭେଟିଲେ ବିଜେପି ଓ ବିଜେଡି ନେତା । ଅଧିକ ପଢନ୍ତୁ

ହାତୀ ଆକ୍ରମଣରେ ମୃତ ଦୁଇ ପରିବାରକୁ ଭେଟିଲେ ବିଜେପି ଓ ବିଜେଡି ନେତା
ହାତୀ ଆକ୍ରମଣରେ ମୃତ ଦୁଇ ପରିବାରକୁ ଭେଟିଲେ ବିଜେପି ଓ ବିଜେଡି ନେତା

ବାରିପଦା:ମୟୂରଭଞ୍ଜ ଜିଲ୍ଲା ମୋରଡାରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପରିବାରକୁ ଭେଟିଲେ ବିଜେପି ଓ ବିଜେଡି ନେତା । ମୟୂରଭଞ୍ଜ ବିଜେଡି ଜିଲ୍ଲା ସଭାପତି ସୁଦାମ ମାରାଣ୍ଡି ଓ ବିଧାୟକ ରାଜ କିଶୋର ଦାସ ପରିବାରକୁ ଭେଟି ସାନ୍ତ୍ବନା ଦେବା ସହ ସହାୟତା ରାଶି ପ୍ରଦାନ କରିଛନ୍ତି । ମୃତକ ଦୁଇ ଜଣ ହେଲେ ମୋରଡା ବ୍ଲକ ଅନ୍ତର୍ଗତ ସଙ୍ଗାଡିହି ଗାଁର ଧନଞ୍ଜୟ ହାଁସଦା ଓ ଡାଙ୍ଗରବିଲାର ଶ୍ରୀମନ୍ତ ହାଁସଦା ।

ହାତୀ ଆକ୍ରମଣରେ ମୃତ ଦୁଇ ପରିବାରକୁ ଭେଟିଲେ ବିଜେପି ଓ ବିଜେଡି ନେତା

ସୂଚନା ଅନୁସାରେ, ଗତ ମଙ୍ଗଳବାର ଦିନ ରାସଗୋବିନ୍ଦପୁର ରେଞ୍ଜ ଓ ବେତନଟୀ ରେଞ୍ଜରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଗୁରୁବାର ମୃତକଙ୍କ ପରିବାରକୁ ଭେଟିଛନ୍ତି ବିଜେଡି ଜିଲ୍ଲା ସଭାପତି ସୁଦାମ ମାରାଣ୍ଡି । ଦୁଇ ପରିବାରକୁ ସମବେଦନା ଜଣାଇବା ସହ ୨୦ ହଜାର ଲେଖାଏଁ ଅର୍ଥ ରାଶି ପ୍ରଦାନ କରିଥିବା ବେଳେ ଜିଲ୍ଲା ରେଡକ୍ରସ ପକ୍ଷରୁ ୧୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଅନ୍ୟପଟେ,ବନବିଭଗ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସରକାରୀ ରାଶି ପ୍ରଦାନ ତୁରନ୍ତ ପ୍ରଦାନ କରିବାକୁ ବନବିଭାଗ ଅଧିକାରୀ ମାନଙ୍କ ସହିତ ଅଧିକ ଆଲୋଚନା କରିଥିଲେ ଜିଲ୍ଲା ସଭାପତି ସୁଦାମ ମାରାଣ୍ଡି ଓ ମୋରଡା ବିଧାୟକ ।

ଏହାବି ପଢନ୍ତୁ:ଥମୁନି ହାତୀ ଆତଙ୍କ, 2 ଜଣଙ୍କୁ ଦଳି ଦେଲା ଦନ୍ତା

ସେପେଟ, ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଶ୍ରୀମନ୍ତ ହାଁସଦାଙ୍କ ପରିବାରକୁ ମଧ୍ୟ ଭେଟିଛି ବିଜେପି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମୃତକଙ୍କ ଘରେ ପହଞ୍ଚି ମୃତକଙ୍କ ଦୁଇ ନାବାଳକ ପୁଅଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିବା ସହ କିଛି ଆର୍ଥିକ ସହାୟତା ମଧ୍ୟ ଦେଇଥିଲେ । ଏହାସହ ବିଜେପି ନେତା ଡ଼ିଏଫଓଙ୍କ ସହିତ ଫୋନରେ ଯୋଗାଯୋଗ କରି ହାତୀ ସମସ୍ୟାର ସ୍ଥାୟୀ ସମାଧାନ କରିବା ଦିଗରେ ପଦକ୍ଷେପ ନେବା ପାଇଁ ମଧ୍ୟ କହିଥିଲେ । ତେବେ ବାରମ୍ବାର ଏଭଳି ଘଟଣା ଏ ଅଞ୍ଚଳରେ ଘଟୁ ଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details