ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗୋପାଳପୁର ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତ ଯୁବକ ଦ୍ବୟ ହେଲେ ଗ୍ରାମାଞ୍ଚଳ ଥାନା ମହିଷାନେଦା ଗ୍ରାମର ଶ୍ୟାମ ମୁର୍ମୁ ଓ ଭୋଗାନ ମୁର୍ମୁ ବୋଲି ସୂଚନା ମିଳିଛି ।
ଗୁରୁତର ଯୁବକ ଜଣକ ହେଲେ ନାରାୟଣ ସୋରେନ । ସୂଚନା ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୋପାଳପୁର ନିକଟରେ ଠିଆ ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା ବାଇକ । ତେବେ ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା ।