ଓଡିଶା

odisha

ETV Bharat / state

ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ, ସମ୍ବର ମାଂସ ଜବତ

କରଞ୍ଜିଆ ଉପଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ମଣ୍ଡଳଝରୀ ବିଟ ଶିମିଳିପାଳ ସଂରକ୍ଷିତ ଜଙ୍ଗଲରୁ ଦୁଇ ଶିକାରୀ ଗିରଫ । ସମ୍ବର ଶିକାର କରି ଫେରୁଥିବା ସମୟରେ ଦୁଇ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ ।

By

Published : Aug 28, 2019, 2:54 PM IST

ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ, ସମ୍ବର ମାଂସ ଜବତ

ବାରିପଦା: ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ମଣ୍ଡଳଝରୀ ବିଟ ଶିମିଳିପାଳ ସଂରକ୍ଷିତ ଜଙ୍ଗଲରୁ ଦୁଇ ଶିକାରୀ ଗିରଫ । ସମ୍ବର ଶିକାର କରି ଫେରୁଥିବା ସମୟରେ ଦୁଇ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି ।

ଗିରଫ ଦୁଇଜଣ ହେଲେ, କାରେଟବେଡା ଗ୍ରାମର ଲବ ସୋରେନ ଓ ଫୋର୍ମଲ ମୁର୍ମୁ । ସେମାନଙ୍କ ଠାରୁ 4 କେ.ଜି ସମ୍ବର ମାଂସ ସହ ଧନୁ ଓ ତୀର ଜବତ କରିଛି ପୋଲିସ ।

ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ, ସମ୍ବର ମାଂସ ଜବତ

ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ପ୍ରଭାତ କୁମାର କୁଅଁର କହିବା ଅନୁଯାୟୀ, କେଶଡ଼ିହା ଗ୍ରାମପଞ୍ଚାୟତ ଅନ୍ତର୍ଗତ କାରକେଟବେଡା ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲ ଭିତରକୁ ମଙ୍ଗଳବାର ଶିକାର କରିବାକୁ ଯାଇଥିଲେ । ବିଶେଷ ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଥିଲେ କର୍ମଚାରୀ । ଜଙ୍ଗଲ ଭିତରେ ବନବିଭାଗ କର୍ମଚାରୀ ଶିକାରୀଙ୍କୁ ଖୋଜି ପାଇପାରିନଥିଲା । ଶିକାରୀଙ୍କୁ ନପାଇ ତାଙ୍କ ଫେରିବା ବାଟକୁ ଜଗି ରହିଥିଲେ ।

ଭୋର ସମୟରେ ଏକ ସମ୍ବରକୁ ଶିକାର କରି ତାର ମାଂସ କାଟି ଧରି ଫେରୁଥିବାବେଳେ ଜଗିରହିଥିବା ବନ କର୍ମଚାରୀଙ୍କ ହାବୁଡରେ ପଡିଥିଲେ । ଶିକାରୀଙ୍କ ମଧ୍ୟରୁ ଦୁଇ ଜଣ ଧରା ପଡିଥିବାବେଳେ ପ୍ରାୟ 5ଜଣ ଦୌଡ଼ି ପଳାଇ ଯାଇଥିଲେ । ଏନେଇ ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details