ରାଇରଙ୍ଗପୁର:ଉତ୍ତର ଶିମିଳିପାଳ ଡିଭିଜନ ଅଧିନସ୍ଥ ଅଞ୍ଚଳରୁ ଦୁଇଟି ହାତୀ ଦାନ୍ତ ଜବତ ହୋଇଛି । ଆଜି ଭୋର ବନବିଭାଗ ଉତ୍ତର ଶିମିଳିପାଳ ଡିଭିଜନ ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ଚଢାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବାରେ ସଫଳ ହୋଇଛି । ଏହା ସହିତ ବନବିଭାଗକୁ ଦୀର୍ଘ ଦିନ ପରେ ଏକ ବଡ଼ ସଫଳତା ମିଳିପାରିଛି । ଘଟଣାରେ ମୋଟ 7 ଜଣଙ୍କୁ ପ୍ରଥମେ ଅଟକ ରଖାଯାଇଥିଲା ଏହାପରେ 4 ଜଣଙ୍କୁ ଗିରଫ କରିଥିବାବେଳେ 3 ଜଣଙ୍କୁ ଛାଡି ଦେଇଥିବା ଜଣାପଡିଛି । ଗତ ୨୧ରେ ତାଳବନ୍ଧ ରେଞ୍ଜରୁ ହାତୀ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାସ ହୋଇଛି । ହାତୀକୁ ମାରି ଦାନ୍ତ ନେଇଥିବା ଅଭିଯୋଗରେ ୪ ଶିକାରୀ ଗିରଫ କରିବା ସହ ହାତୀ ଦାନ୍ତ ଜବତ କରିଛି ବିଶୋଇ ଥାନା ପୋଲିସ । ଜବତ ହାତୀ ଦାନ୍ତକୁ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡକୁ ହସ୍ତାନ୍ତର କରାଯାଇଛି ।
ମୟୂରଭଞ୍ଜ ଜିଲ୍ଲା ଉତ୍ତର ଶିମିଳିପାଳ ଡିଭିଜନର ମଣଦା ରେଞ୍ଜ ଅନ୍ତର୍ଗତ ରୁଗୁଡିଡି ଗ୍ରାମ ଓ ମାଟିଆଣି ଗ୍ରାମରେ ଶିକାରୀମାନେ ହାତୀ ଦାନ୍ତ ରଖିଥିବା କୌଣସି ସୁତ୍ରରୁ ଖବର ପାଇଥିଲା ବନବିଭାଗ । ଏହା ପରେ ଏକ ସ୍ବତନ୍ତ୍ର ଟିମ୍ ରୁଗଡିଡି ଗ୍ରାମ ଓ ମାଟିଆଣି ଗ୍ରାମରେ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉ କରି ଦୁଇଟି ବଡ ବଡ଼ ହାତୀ ଦାନ୍ତ ଜବତ କରିବା ସହ ହାତୀ ଦାନ୍ତ କାରବାରରେ ସଂପୃକ୍ତ 7 ଜଣ ବ୍ୟକ୍ତିଙ୍କୁ ଧରିଥିଲେ । ସେମାନଙ୍କ ମଧ୍ୟରୁ 3 ଜଣଙ୍କୁ ଛାଡି ଦେଇଥିବାବେଳେ 4 ଜଣଙ୍କୁ ଗିରଫ କରିଛି । ବନବିଭାଗ ପକ୍ଷରୁ ସୂଚନା ମିଳିଛି ଦୁଇଟି ହାତୀ ଦାନ୍ତର ଆନୁମାନିକ ଓଜନ ୩୫ ରୁ ୪୦ କେଜି ହେବ । ଜବତ ହାତୀ ଦାନ୍ତ ଦୁଇଟିକୁ ଶିମିଳିପାଳ ନର୍ଥ ଡିଭିଜନକୁ ବନବିଭାଗର ସ୍ବତନ୍ତ୍ର ଟିମ୍ ନେଇ ଯାଇଥିବା ଜଣାପଡିଛି ।