ଓଡିଶା

odisha

ETV Bharat / state

ନିଶାଗ୍ରସ୍ତ ଭିଡ଼ିଓ ଭାଇରାଲ ଘଟଣା, ନିଲମ୍ବିତ ହେଲେ 2 କନଷ୍ଟେବଳ - constable suspend

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନାର 2ଜଣ କନଷ୍ଟେବଳ ନିଶାଗ୍ରସ୍ତ ଭିଡ଼ିଓ ଭାଇରଲ ପରେ ଏସପି ଦୁଇଜଣ କନଷ୍ଟେବଳଙ୍କୁ ସସପେଣ୍ଡ କରିଛନ୍ତି।

କନେଷ୍ଟବଳଙ୍କ ନିଶାଗ୍ରସ୍ତ ଭିଡ଼ିଓ ଭାଇରଲ ଘଟଣା: ସସପେଣ୍ଡ ହେଲେ 2କନେଷ୍ଟବଳ
କନେଷ୍ଟବଳଙ୍କ ନିଶାଗ୍ରସ୍ତ ଭିଡ଼ିଓ ଭାଇରଲ ଘଟଣା: ସସପେଣ୍ଡ ହେଲେ 2କନେଷ୍ଟବଳ

By

Published : Oct 8, 2020, 12:45 PM IST

ବାରିପଦା: ଜିଲ୍ଲା ବଡ଼ସାହି ଥାନାର 2 ନିଶାଗ୍ରସ୍ତ କନେଷ୍ଟବଳଙ୍କ ଚର୍ଚ୍ଚିତ ଭାଇରାଲ ଭିଡିଓ ଚର୍ଚ୍ଚାରେ ଥିବା ବେଳେ ମୟୂରଭଞ୍ଜ ଏସପି ପରମାର ସ୍ମିତ ପୁରୁଷତ୍ତୋମ ଦାସ ଉଭୟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ କନେଷ୍ଟବଳ 2ଜଣ ହେଲେ କମଳ ଲୋଚନ ମହାନ୍ତ ଓ କାର୍ତ୍ତିକ ଚନ୍ଦ୍ର ପାତ୍ର । ପୁଲିସ ବିଭାଗରେ କାର୍ଯ୍ୟରତ କର୍ମଚାରୀ ହୋଇ ସର୍ବସାଧାରଣ ସ୍ଥାନରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପାଇଁ ଏସପି ଉଭୟଙ୍କୁ ନିଲମ୍ବିତ କରିଛନ୍ତି ।

କନେଷ୍ଟବଳଙ୍କ ନିଶାଗ୍ରସ୍ତ ଭିଡ଼ିଓ ଭାଇରଲ ଘଟଣା: ସସପେଣ୍ଡ ହେଲେ 2କନେଷ୍ଟବଳ

ତିନୋଟି କ୍ଲିପ ବିଶିଷ୍ଟ ଭାଇରାଲ ଭିଡ଼ିଓର ଦୃଶ୍ୟରେ ଉଭୟ ସନ୍ଧ୍ୟା ସମୟରେ ଏକ ଦୋକାନରେ ସ୍ଥାନୀୟ ବନ୍ଧୁଙ୍କ ସହିତ ମଦ ମାଂସ ଆସର ସହିତ ଅଶ୍ଳୀଳ କଥାବାର୍ତ୍ତାର ଭିଡ଼ିଓ ଭାଇରଲ ହୋଇଥିଲା । ତେବେ ଭାଇରାଲ ଭିଡ଼ିଓ ଉପରିସ୍ଥ ଅଧିକାରୀ ଘଟଣାର ତଦନ୍ତ ପରେ ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details