ବାରିପଦା:ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଇଡାହି ଗ୍ରାମରେ ଅଘଟଣ (Child death in Raidiha village of Mayurbhanj) । ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ କାନ୍ଥ ଭୁଶୁଡ଼ିବା ପରେ ୨ ଶିଶୁଙ୍କର ମୃତ୍ୟୁ ଘଟିଛି । ବର୍ଷା ଯୋଗୁଁ କାନ୍ଥ ଓଦା ହୋଇ ଭୁଶୁଡ଼ି ପଡ଼ିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇ ଥିବା ସମୟରେ ଗଣେଶ ସିଂଙ୍କ ପରିବାରର ତାଙ୍କ ସ୍ତ୍ରୀ ତୁଳସୀ ସିଂ, ଦୁଇ ପୁଅ ଓ ଏକ ଝିଅ ଶୋଇଥିବା ବେଳେ କାନ୍ଥ ପଡ଼ିଯିବାରୁ ଦୁଇ ଶିଶୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଯଶୋଦା ସିଂ (୧୦) ଓ ଜ୍ୟୋତି ଶଙ୍କର ସିଂ (୬) । ତେବେ ତୁଳସୀ ଓ ତାଙ୍କ ସାନ ପୁଅ ସୌଭାଗ୍ୟ ବଶତଃ ଜୀବନ ରକ୍ଷା ପାଇଛନ୍ତି । ବର୍ଷା ଯୋଗୁଁ ମାଟି କାନ୍ଥ ଓଦା ହୋଇଥିବା ଯୋଗୁଁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ତେବେ ରମେଶ ଭୁବନେଶ୍ବରରେ କାମ କରନ୍ତି । ଏହି ହୃଦୟ ବିଦାରକ ଘଟଣାରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଏହା ବି ପଢନ୍ତୁ- କାନ୍ଥ ଭୁଷୁଡି ୨ ଭଉଣୀଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ୧ଲକ୍ଷ ସହାୟତା ରାଶି