ରାଇରଙ୍ଗପୁର: ଅବକାରୀ ବିଭାଗ ହାତରେ ଗଞ୍ଜେଇ ଚୋରା ଚାଲାଣକାରୀ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଦେଓପଟା ଛକରେ 2 ଗଞ୍ଜେଇ ବେପାରୀଙ୍କୁ କାବୁ କରିଛି ରାଇରଙ୍ଗପୁର ଅବକାରୀ ବିଭାଗ ।
ହିରୋ ଗ୍ଲାମର ବାଇକ ଯୋଗେ 2 ଜଣ ଯୁବକ ଏକ ପ୍ଲାଷ୍ଟିକ ବସ୍ତାରେ ଗଞ୍ଜେଇ ନେଇ ଯାଉଥିଲେ । ଏହି ସମୟରେ ଦେଓପଟା ଛକରେ ପୂର୍ବରୁ ଜଗି ରହିଥିବା ରାଇରଙ୍ଗପୁର ଅବକାରୀ ବିଭାଗର ଏକ ଟିମ ଚଢାଉ କରି ଯୁବକ 2 ଜଣଙ୍କୁ କାବୁ କରି ଗିରଫ କରିଥିଲା । ତାଙ୍କ ନିକଟରୁ ୧୫ କେଜି ୫୦୦ ଗ୍ରାମ ଗଞ୍ଜେଇ ସହିତ ବାଇକ ଟିକୁ ଜବତ କରାଯାଇଥିବା ବେଳେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।