ଓଡିଶା

odisha

ETV Bharat / state

ସାଂସଦଙ୍କ ଜାଲ ଦସ୍ତଖତରେ ସାଂସଦ ପାଣ୍ଠି ବଣ୍ଟନ ଅଭିଯୋଗ, ଦୁଇ ଗିରଫ - misuse of mayurbhanj mp lad fund

ଲୋକସଭା ସାଂସଦଙ୍କ ଜାଲ ସ୍ବାକ୍ଷରରେ ହାତପାଣ୍ଠିରୁ କାମ ବଣ୍ଟନ । ସାଂସଦଙ୍କ ଅଭିଯୋଗ ପରେ ସମ୍ପର୍କୀୟ ଶଳା ତଥା ବିଜେପି କର୍ମୀଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ସାଂସଦଙ୍କ ଜାଲ ଦସ୍ତଖତ ଅଭିଯୋଗ
ସାଂସଦଙ୍କ ଜାଲ ଦସ୍ତଖତ ଅଭିଯୋଗ

By

Published : Sep 2, 2020, 7:11 AM IST

Updated : Sep 2, 2020, 1:40 PM IST

ବାରିପଦା: ମୟୂରଭଞ୍ଜ ଲୋକସଭା ସାଂସଦଙ୍କ ପାଣ୍ଠିରେ ଜାଲିଆତି ଅଭିଯୋଗ । ସାଂସଦଙ୍କ ଜାଲ ଦସ୍ତଖତ ଓ ହାତପାଣ୍ଠି କାମରେ ଅନିୟମିତତା ଅଭିଯୋଗରେ 2 ଜଣ ଗିରଫ । ସାଂସଦ ବିଶେଶ୍ବର ଟୁଡୁ ବାରିପଦା ଟାଉନ ଥାନାରେ ଅଭିଯୋଗ ପରେ 2 ବିଜେପି କର୍ମୀଙ୍କ ଗିରଫ କରାଯାଇଛି । ସାଂସଦଙ୍କ ଆଗୋଚରରେ ହାତପାଣ୍ଠିରୁ କାମ ବଣ୍ଟନ ହେଉଥିଲା । ସାଂସଦଙ୍କ ଦସ୍ତଖତ ଜାଲ କରି ଏମିତି ହେଉଥିଲା ବୋଲି ଖୋଦ ସାଂସଦ ଅଭିଯୋଗ କରିଛନ୍ତି ।

ସାଂସଦଙ୍କ ଜାଲ ଦସ୍ତଖତରେ ସାଂସଦ ପାଣ୍ଠି ବଣ୍ଟନ ଅଭିଯୋଗ, ଦୁଇ ଗିରଫ

ଅଭିଯୋଗ ଅନୁଯାୟୀ, ମୟୂରଭଞ୍ଜ ସାଂସଦଙ୍କ ଉନ୍ନୟନ ପାଣ୍ଠିରୁ ଜାଲ ଦସ୍ତଖତ କରି ଭାରତୀୟ ଜନତା ପାର୍ଟିର ଦୁଇଜଣ କର୍ମୀ ସାଂସଦ ପାଣ୍ଠିରୁ କାମ କରିଛନ୍ତି। ଜିଲ୍ଲା ଆଦିବାସୀ ସମନ୍ୱୟ ଉନ୍ନୟନ ସଂସ୍ଥାରେ କାମ କରିଛନ୍ତି। ଆଇଟିଡିଏ ବାରିପଦାରେ 2ଟି ପ୍ରକଳ୍ପ ଓ ମୋରଡା ପଞ୍ଚାୟତର ଗୋଟିଏ କାମ ରହିଛି । ବାରିପଦା ଟାଉନ 22 ନମ୍ବର ୱାର୍ଡରେ ହୋଇଥିବା ପ୍ରକଳ୍ପ ଠିକ ସ୍ଥାନରେ ହୋଇନଥିବାରୁ ମୋରଡା ବ୍ଲକରେ ଛଉ ପେଣ୍ଡାଲ କାର୍ଯ୍ୟରେ ଜେଇ ଓ ଏଇ ସନ୍ଦେହ ପ୍ରକାଶ କରିଥିଲେ ।

ଏ ସମ୍ପର୍କରେ ବାରିପଦା ଟାଉନ ଥାନାରେ ସାଂସଦ ତାଙ୍କ ଅଗୋଚରରେ ଓ ଜାଲ ଦସ୍ତଖତରେ ହୋଇଥିବା ଅଭିଯୋଗ କରିଥିଲେ । ଗିରଫ ହୋଇଥିବା ଅଭିଯୁକ୍ତ ଦୁଇଜଣ ବିଜେପି ଦଳର ମୋରଡ଼ା ବ୍ଲକ ମୋରଡ଼ା ଗ୍ରାମପଞ୍ଚାୟତର ସମିତି ସଭ୍ୟ ହେମନ୍ତ ସୋରେନ ଏବଂ ବିଜେପି ମିଡିଆ ସେଲର କମ୍ପ୍ୟୁଟର ଅପରେଟର ଶୈଳେଶ ଗିରି। ହେମନ୍ତ ସରେନ ସାଂସଦଙ୍କ ସମ୍ପର୍କୀୟ ଶଳା ହୋଇଥିଲା ବେଳେ ଅନ୍ୟ ଜଣେ ବିଜେପି ମିଡିଆ ସେଲର ସହଯୋଗୀ ଅଟନ୍ତି। ବାରିପଦା ଟାଉନ ପୋଲିସ ଏ ସମ୍ପର୍କରେ ୫୭୭/୨୦ରେ ଏକ ମାମଲା ରୁଜୁ କରିଛି। ପୋଲିସ ପକ୍ଷରୁ ସରକାରୀ ରେକର୍ଡକୁ ସିଜ କରିବା ସାଂସଦଙ୍କ ଦସ୍ତଖତ ଇତ୍ୟାଦିର ଅଧିକ ତଦନ୍ତ ଚଳାଇଛନ୍ତ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Sep 2, 2020, 1:40 PM IST

ABOUT THE AUTHOR

...view details