ଓଡିଶା

odisha

By

Published : Dec 2, 2021, 9:36 PM IST

ETV Bharat / state

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ସୁନାଗହଣା ଲୁଟ୍‌

ମୟୂରଭଞ୍ଜ ଜିଲ୍ଲାରେ ଥମିବାରେ ନାମ ନେଉ ନାହିଁ ଲୁଟ୍‌ ଘଟଣା । ଦିନକୁ ଦିନ ବନ୍ଧୁକ ଓ ଛୁରୀ ଲଗାଇ ଜୀବନରୁ ମାରିଦେବାର ଭୟ ଦେଖାଇ ଦିନ ଦିପ୍ରହରରେ ଲକ୍ଷାଧିକ ଟଙ୍କାର ଲୁଟ(loot) କରୁଛନ୍ତି ଦୁର୍ବୃତ୍ତ । ଅଧିକ ପଢନ୍ତୁ

Two armed Miscreants loot jewellery from lady school teaher in baripada
ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ସୁନାଗହଣା ଲୁଟ୍‌

ବାରିପଦା:ମୟୂରଭଞ୍ଜ ଜିଲ୍ଲାରେ ଥମିବାରେ ନାମ ନେଉ ନାହିଁ ଲୁଟ୍‌ ଘଟଣା । ଦିନକୁ ଦିନ ବନ୍ଧୁକ ଓ ଛୁରୀ ଲଗାଇ ଜୀବନରୁ ମାରିଦେବାର ଭୟ ଦେଖାଇ ଦିନ ଦିପ୍ରହରରେ ଲକ୍ଷାଧିକ ଟଙ୍କାର ଲୁଟ କରୁଛନ୍ତି ଦୁର୍ବୃତ୍ତ ।

ଆଜି(ଗୁରୁବାର) ମଧ୍ୟ ଅନୁରୂପ ଭାବେ ସ୍ପଷ୍ଟ ଦିବାଲୋକରେ ବାରିପଦା ସଦର ଥାନା ଅନ୍ତର୍ଗତ ବାଉରା ପ୍ରାଥମିକ ବିଦ୍ୟାଳୟରେ ଦୁଇ ଜଣ ଦୁର୍ବୃତ୍ତ ପଶି ବନ୍ଧୁକ ଓ ଛୁରୀ ଦେଖାଇ ଦୁଇ ଶିକ୍ଷୟତ୍ରୀଙ୍କ ଠାରୁ ଲୁଟିଛନ୍ତି ।

ଏହାମଧ୍ୟ ପଢନ୍ତୁ: Mayurbhanj Bandh; ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ

ସେମାନଙ୍କ ନିକଟରୁ ଦୁଇଟି ସୁନାର ମଙ୍ଗଳ ସୂତ୍ର, ଦୁଇଟି କାନଫୁଲ, ହଳେ ପଲାକୁ ମିଶାଇ ପ୍ରାୟ ଲକ୍ଷାଧିକ ଟଙ୍କାର ଗହଣା (jewellery) ଲୁଟ୍‌ କରିଛନ୍ତି । ଏନେଇ ଦୁଇ ଶିକ୍ଷୟତ୍ରୀ ନମିତା ମହାନ୍ତ ଓ ସ୍ବର୍ଣ୍ଣଲତା ସରେନ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details